ସ୍ୱାଭାବିକ ସମୟରେ ୫୦% କର୍ମଚାରୀଙ୍କ ସହ ଖୋଲିବ ବ୍ୟାଙ୍କ,ଆର୍ଥିକ ସଂସ୍ଥା

ଭୁବନେଶ୍ୱର : ରାଜ୍ୟ ସରକାର ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ମାନଙ୍କ ନିମନ୍ତେ ଅଗଷ୍ଟ ମାସ ଲାଗି ନୂଆ ଗାଇଡଲାଇନ ଜାରି କରିଛନ୍ତି । ନୂଆ ଗାଇଡଲାଇନ ଅନୁସାରେ ରାଜ୍ୟରେ ଥିବା ସବୁ ବାଣିଜ୍ୟିକ ବ୍ୟାଙ୍କ,ଗ୍ରାମୀଣ ବ୍ୟାଙ୍କ, ସମବାୟ ବ୍ୟାଙ୍କ, ବୀମା କମ୍ପାନି ଆଦି ନିଜର ସ୍ୱାଭାବିକ କର୍ମସମୟ ଅନୁସାରେ (ସକାଳ ୧୦ଟାରୁ ୪ଟା) ଚାଲିବ । ବଡ଼ ଶାଖା ଗୁଡ଼ିକ ୫୦ ପ୍ରତିଶତ କର୍ମଚାରୀ ଓ ସର୍ବାଧିକ ୫ ଜଣ କର୍ମଚାରୀ ଥିବା ଛୋଟ ଶାଖା ଗୁଡ଼ିକ ନିଜର ସମସ୍ତ କର୍ମଚାରୀଙ୍କୁ ନେଇ ଚାଲିବ । ଏସବୁ ଅଫିସରେ ସାମାଜିକ ଦୂରତ୍ୱ କଡ଼ାକଡ଼ିଭାବେ ପାଳନ ହେବ, କର୍ମଚାରୀ ଓ ଗ୍ରାହକମାନେ ମାସ୍କ ପିନ୍ଧିବେ ।

ଅନ୍ୟପକ୍ଷରେ ରିଜର୍ଭ ବ୍ୟାଙ୍କ,ସେବି, କ୍ଲିୟରିଂ ହାଉସ, ବ୍ୟାଙ୍କ ମୁଖ୍ୟାଳୟ,ବୀମା କମ୍ପାନିର ଆଞ୍ଚଳିକ ମୁଖ୍ୟାଳୟ ଆଦି ୫୦ ପ୍ରତିଶତ କର୍ମଚାରୀ ସହ ଚାଲିବ । ସେହିପରି ଏଟିଏମ ପରିଚାଳନା ସଂସ୍ଥା, ଅର୍ଥ ପରିବହନ ସଂସ୍ଥା, ବ୍ୟାଙ୍କିଙ୍ଗ କରେସପଣ୍ଡେଣ୍ଟ ଆଦି ସ୍ୱାଭାବିକ ବ୍ୟାଙ୍କ ଖୋଲିବା ସମୟରେ ୫୦ ପ୍ରତିଶତ କର୍ମଚାରୀ ସହ କାର୍ଯ୍ୟ କରିବେ ।

ବ୍ୟାଙ୍କ ଓ ଅନ୍ୟାନ୍ୟ ଆର୍ଥିକ ସଂସ୍ଥାର ଅଫିସ ଗୁଡ଼ିକୁ ନିୟମିତ ଭାବେ ସାନିଟାଇଜ କରାଯିବ ଓ ପ୍ରବେଶ ପଥରେ ସାନିଟାଇଜର ରଖାଯିବ । ଡାକ ଓ ବ୍ୟାଙ୍କ କର୍ମଚାରୀମାନେ ବରିଷ୍ଠ ନାଗରିକଙ୍କୁ ସେମାନଙ୍କ ନିକଟକୁ ଯାଇ ସେବା ଯୋଗାଇପାରିବେ । ସେମାନେ ଏହି ସେବା ମାସ୍କ ପିନ୍ଧି, ସାମାଜିକ ଦୂରତ୍ୱ ପାଳନ କରି ଓ ସାନିଟାଇଜର ବ୍ୟବହାର କରି କରିପାରିବେ ।

ସମ୍ବନ୍ଧିତ ଖବର