ଭୁବନେଶ୍ବର: ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦକୁ ନେଇ ଜାରି ଗାଇଡଲାଇନରେ ସଂଶୋଧନ କରାଯାଇଛି । ଭୁବନେଶ୍ବର ମହାନଗର ନିଗମ (ବିଏମ୍ସିି) କାଲି ଗାଇଡଲାଇନର ପୁନଃ ସଂଶୋଧନ କରିଛି । ୭୨ ଘଣ୍ଟା ପୂର୍ବ ଆରଟିପିସିଆର ଟେଷ୍ଟ ଯାତ୍ରୀଙ୍କୁ ଛାଡି ସମସ୍ତଙ୍କ ଟେଷ୍ଟ କରାଯିବ । ନେଗେଟିଭ ରିପୋର୍ଟ ଥିଲେ ଯାତ୍ରୀଙ୍କୁ ଛଡାଯିବ । ହେଲେ ପୂର୍ବ ଗାଇଡଲାଇନରେ କୁହାଯାଇଥିଲା ସମସ୍ତ ଯାତ୍ରୀଙ୍କ ଟେଷ୍ଟ ହେବ ।
ବଢୁଥିବା କରୋନା ସଂକ୍ରମଣକୁ ନେଇ ଭୁବନେଶ୍ୱର ବିମାନବନ୍ଦର ପକ୍ଷରୁ ଗତକାଲି ଗାଇଡଲାଇନ ଜାରି ହୋଇଥିଲା । ଗାଇଡଲାଇନରେ କୁହାଯାଇଥିଲା କି ସମସ୍ତ ଯାତ୍ରୀଙ୍କ ଆରଟିପିସିଆର ଟେଷ୍ଟ କରାଯିବ । ହେଲେ ଏଥିରେ ଏବେ ପରିବର୍ତ୍ତନ କରାଯାଇଛି । ରାଜ୍ୟରେ ବଢୁଥିବା କରୋନା ସ୍ଥିତିକୁ ନଜରରେ ରଖି ପୁଣି ସରକାର ନିୟମ କଡାକଡି କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/d7dcaf91-3052-4a6f-a914-57d3ef1db12f.jpg)