ଭୁବନେଶ୍ୱର ବିମାନବନ୍ଦକୁ ନେଇ ଜାରି ଗାଇଡଲାଇନରେ ସଂଶୋଧନ: ୭୨ ଘଣ୍ଟା ପୂର୍ବ ଆରଟିପିସିଆର ଟେଷ୍ଟ ଯାତ୍ରୀଙ୍କୁ ଛାଡି ସମସ୍ତଙ୍କ ଟେଷ୍ଟ କରାଯିବ

ଭୁବନେଶ୍ବର: ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦକୁ ନେଇ ଜାରି ଗାଇଡଲାଇନରେ ସଂଶୋଧନ କରାଯାଇଛି । ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସିି) କାଲି ଗାଇଡଲାଇନର ପୁନଃ ସଂଶୋଧନ କରିଛି । ୭୨ ଘଣ୍ଟା ପୂର୍ବ ଆରଟିପିସିଆର ଟେଷ୍ଟ ଯାତ୍ରୀଙ୍କୁ ଛାଡି ସମସ୍ତଙ୍କ ଟେଷ୍ଟ କରାଯିବ । ନେଗେଟିଭ ରିପୋର୍ଟ ଥିଲେ ଯାତ୍ରୀଙ୍କୁ ଛଡାଯିବ । ହେଲେ ପୂର୍ବ ଗାଇଡଲାଇନରେ କୁହାଯାଇଥିଲା ସମସ୍ତ ଯାତ୍ରୀଙ୍କ ଟେଷ୍ଟ ହେବ ।

ବଢୁଥିବା କରୋନା ସଂକ୍ରମଣକୁ ନେଇ ଭୁବନେଶ୍ୱର ବିମାନବନ୍ଦର ପକ୍ଷରୁ ଗତକାଲି ଗାଇଡଲାଇନ ଜାରି ହୋଇଥିଲା । ଗାଇଡଲାଇନରେ କୁହାଯାଇଥିଲା କି ସମସ୍ତ ଯାତ୍ରୀଙ୍କ ଆରଟିପିସିଆର ଟେଷ୍ଟ କରାଯିବ । ହେଲେ ଏଥିରେ ଏବେ ପରିବର୍ତ୍ତନ କରାଯାଇଛି । ରାଜ୍ୟରେ ବଢୁଥିବା କରୋନା ସ୍ଥିତିକୁ ନଜରରେ ରଖି ପୁଣି ସରକାର ନିୟମ କଡାକଡି କରିଛନ୍ତି ।

ସମ୍ବନ୍ଧିତ ଖବର