ଏଣିକି ବାସଗୃହଠାରୁ ଆରମ୍ଭ କରି ଆୟ ପ୍ରମାଣପତ୍ର ପାଇଁ ଆଉ ବେଶୀ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ

ଭୁବନେଶ୍ବର: ବାସଗୃହଠାରୁ ଆରମ୍ଭ କରି ଆୟ ପ୍ରମାଣପତ୍ର ପାଇବାକୁ ହେଲେ ଆବେଦନ କରି ଢ଼େର ଦିନ ଅପେକ୍ଷା କରିବାକୁ ପଡ଼ିଥାଏ। ଏଣିକି ଆଉ ଏହି ପ୍ରମାଣପତ୍ର ପାଇବାକୁ ହେ‌‌ଲେ ବେଶୀ ଦିନ ଅପେକ୍ଷା କରିବାକୁ ପଡିବ ନାହିଁ । ଖୁବ୍ କମ ଦିନ ଭିତରେ ବିଭିନ୍ନ ପ୍ରମାଣପତ୍ର ମିଳିବ । ଏ ନେଇ ପ୍ରମୁଖ ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।

ବାସଗୃହଠାରୁ ଆରମ୍ଭ କରି ଆୟ ପ୍ରମାଣପତ୍ର ଖୁବଶୀଘ୍ର ମିଳିବ । ୧୦ଦିନ ଭିତରେ ବାସଗୃହ, ଆୟ ଓ ସମ୍ପତ୍ତିର ପ୍ରମାଣପତ୍ର ମିଳିଯିବ । ପୂର୍ବରୁ ଏହି ଅବଧି ୧୫ଦିନ ରହିଥିଲା । ଯେଉଁଥିପାଇଁ ଲୋକମାନଙ୍କୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡ଼ୁଥିଲା। ସେହିଭଳି ୩୦ଦିନ ପରିବର୍ତ୍ତେ ୧୫ଦିନ ମଧ୍ୟରେ ଜାତିଗତ ପ୍ରମାଣପତ୍ର ମିଳିବ । କେବଳ ଏତିକି ନୁହେଁ, ୩୦ ଦିନ ଭିତରେ ମିଳିବ ଉତ୍ତରାଧିକାରୀ ଓ ଅଭିଭାବକ ପ୍ରମାଣପତ୍ର । ସମସ୍ତ କ୍ଷେତ୍ର ପାଇଁ ଗୋଟିଏ ଉତ୍ତରାଧିକାରୀ ପ୍ରମାଣପତ୍ର କାମ ଦେବ।

ସମ୍ବନ୍ଧିତ ଖବର