ଅଗଷ୍ଟରୁ ଖୋଲିବ ନୂଆ ଆଇଟିଆଇ

ଭୁବନେଶ୍ବର : ଆସନ୍ତା ଅଗଷ୍ଟ ମାସରୁ ରାଜ୍ୟରେ ନୂତନ ଆଇଟିଆଇ ଖୋଲିବ। ତା’ପୂର୍ବରୁ ଆକ୍ସନ୍‌ ପ୍ଲାନ ପ୍ର୍ରସ୍ତୁତ କରିବାକୁ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦେଶକ ରଘୁ ଜି ଗତ ୨୩ ତାରିଖରେ ଆଇଟିଆଇ ରାଉରକେଲା, ଆଇଟିଆଇ ଫୁଲବାଣୀ, ଆଇଟିଆଇ ବାଲେଶ୍ବର ଓ ଜିଆଇଟିଆଇ ଆମ୍ବଗୁଡ଼ାର ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ମେ’ ୩୧ ସୁଦ୍ଧା ଜମିଜମା କାଗଜପତ୍ର ପ୍ରସ୍ତୁତ ସହ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବାକୁ କୁହାଯାଇଛି। ଏଥିସହ ଜୁନ୍‌ ୧୫ ସୁଦ୍ଧା ବିଦ୍ୟୁତ୍‌ ଯୋଗାଣ ଏବଂ ଜୁନ୍‌ ୩୦ ସୁଦ୍ଧା ବିଲ୍‌ଡିଂ ରଙ୍ଗ ଓ ବିଭିନ୍ନ ଟ୍ରେଡ୍‌ ପାଇଁ ଆବଶ୍ୟକ ମେସିନ୍‌ ଲଗାଇବାକୁ ଚିଠିରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର