ବ୍ରହ୍ମପୁର/ଯାଜପୁର: ଆଜି ରାଜ୍ୟରେ ଦୁଇଟି ନୂତନ କୋଭିଡ୍ ହସ୍ପିଟାଲ ଉଦଘାଟିତ ହୋଇଛି। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରର ଶୀତଳାପଲ୍ଲୀଠାରେ ନୂତନ କୋଭିଡ୍ ହସ୍ପିଟାଲ ଉଦଘାଟିତ ହୋଇଛି। ଭିଡିଓ କନଫରେନ୍ସିଂ ଜରିଆରେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଟାଟା ମେଡିକା ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହା ନିର୍ମିତ ହୋଇଛି।
୨୦୦ ଶଯ୍ୟାବିଶିଷ୍ଟ ଏହି କୋଭିଡ୍ ହସ୍ପିଟାଲରେ ୧୫ଟି ଆଇସିୟୁ ରହିଛି। ଆଗାମୀ ଦିନରେ ଆଉ ୫ଟି ଆଇସିୟୁର କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ମିଳିଛି। ଡାକ୍ତର ଉମାଶଙ୍କର ମିଶ୍ର ଏହାର ଦାୟିତ୍ବରେ ଅଛନ୍ତି।
/sambad/media/post_attachments/wp-content/uploads/2020/04/kovidjaj-300x225.jpg)
ଅପରପକ୍ଷରେ ଆଜି ଯାଜପୁର ଜିଲ୍ଲାର ଡୁବୁରୀଠାରେ ଟାଟା ମେଡିକା ପରିସରରେ ନୂତନ କୋଭିଡ୍ ହସ୍ପିଟାଲ ଉଦଘାଟିତ ହୋଇଛି। ଏହାକୁ ଜିଲାପାଳ ରଞ୍ଜନ କୁମାର ଦାସ ଉଦଘାଟନ କରିଛନ୍ତି। ଏଥିରେ ଅତିରିକ୍ତ ଜିଲାପାଳ ସନ୍ତୋଷ ମିଶ୍ର ଓ ଟାଟା ଷ୍ଟିଲର ରମାକାନ୍ତ ଶତପଥୀ ଓ ଟାଟା ମେଡିକାର ଡାକ୍ତରମାନେ ଉପସ୍ଥିତ ଥିଲେ । ଏଥିରେ ୧୫୦ ଶଯ୍ୟା ଥିବା ଜଣାଯାଇଛି।ଏଥିରେ ୧୫ଟି ଆଇସିୟୁ ରହିଛି।
ଏହି ଦୁଇଟି ନୂତନ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହେଲା ପରେ ଅଧିକ ଆଶ୍ବସ୍ତି ମିଳିବ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/Two-New-Covid-Hospitals-Inaugurated-in-Odisha_Thumbnail-1.jpg)