‘ସମ୍ବାଦ’ ବାର୍ଷିକ ପ୍ରତିଯୋଗିତା ପଞ୍ଜୀକରଣ ପାଇଁ ନୂଆ ଲିଙ୍କ୍

ଭୁବନେଶ୍ବର : ‘ସମ୍ବାଦ’ର ୩୮ତମ ସ୍ବନକ୍ଷତ୍ର ଅବସରରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ‘ସମ୍ବାଦ’ ପକ୍ଷରୁ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି। ମହାମାରୀର ୨ୟ ଲହରର ପ୍ରଭାବ କମି କମି ଆସୁଥିଲେ ମଧ୍ୟ ଯେହେତୁ ଛୋଟ ପିଲାମାନଙ୍କର ଟିକାକରଣ ବର୍ତମାନ ସୁଦ୍ଧା କରାଯାଇନାହିଁ ସେ ଦୃଷ୍ଟିରୁ ପୁନର୍ବାର ଚିତ୍ରାଙ୍କନ, ହସ୍ତାକ୍ଷର ଓ କୁଇଜ୍‌ ପ୍ରତିଯୋଗିତାଗୁଡ଼ିକ ଅନ୍‌ଲାଇନ୍‌ରେ କରାଯିବ। ତେବେ ବିତର୍କ ଓ ସାରେଗାମା ପ୍ରତିଯୋଗିତାକୁ ଅଫ୍‌ଲାଇନ୍‌ରେ କରାଯିବ।

୧ମରୁ ୫ମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ, ୬ଷ୍ଠରୁ ୮ମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ହସ୍ତାକ୍ଷର, ୯ମ ଓ ୧୦ମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ କୁଇଜ୍‌, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିତର୍କ ଏବଂ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସାରେଗାମା ପ୍ରତି‌ଯୋଗିତା ହେବ।

ପ୍ରତ୍ୟେକ ପ୍ରତିଯୋଗିତା ପାଇଁ ଅନ୍‌ଲାଇନ୍‌ ରେଜିଷ୍ଟ୍ରେସନ୍‌ର ବ୍ୟବସ୍ଥା କରାଯାଇଛି। ନିଜ ମୋବାଇଲରେ play Storeକୁ ଯାଇ AamaOdisha ଆପ୍‌ ଡାଉନ୍‌ଲୋଡ଼ କରି କେଉଁ ପ୍ରତିଯୋଗିତାରେ ଭାଗ ନେବାକୁ ଚାହୁଁଛନ୍ତି ସେଥିରେ ରେଜିଷ୍ଟ୍ରେସନ କରିବେ। ରେଜିଷ୍ଟ୍ରେସନ ଫର୍ମର ପ୍ରତ୍ୟେକ ବକ୍ସକୁ ପୂରଣ କରି submitt କରିବେ। submitt କରିବା ପରେ ଆପଣଙ୍କ ମୋବାଇଲରେ Thank you Message ସହ ରେଜିଷ୍ଟ୍ରେସନେମ୍ବର ‌େଦଖାଯିବ। ପରବର୍ତୀ ମୁହୂର୍ତରେ ଆପଣଙ୍କ ଫୋନ ନମ୍ବରକୁ SMS ମାଧ୍ୟମରେ ରେଜିଷ୍ଟ୍ରସନ୍ ନମ୍ବର ଆସିବ।

ପଞ୍ଜୀକରଣ ଲାଗି ଆହୁରି ସହଜ ଓ ସରଳ ବ୍ୟବସ୍ଥା ମଧ୍ୟ କରାଯାଇଛି। ଆଗ୍ରହୀ ଛାତ୍ରଛାତ୍ରୀ https://competition.sambad.inରେ ଯାଇ ଫର୍ମ ପୂରଣ କରିପାରିବେ।

ଏ ସଂପର୍କରେ ଅଧିକ ସୂଚନା ପାଇଁ ମୋବାଇଲ ନମ୍ବର 9178767536 ସହ ଯୋଗାଯୋଗ କରାଯାଇପାରିବ।

ସମ୍ବନ୍ଧିତ ଖବର