ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ପାଇଲେ ପୁଲିସ ଡିଜି ଆର.ପି.ଶର୍ମା

ଭୁବନେଶ୍ୱର: ନୂଆ ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ପାଇଲେ ପୁଲିସ ଡିଜି ଆର. ପି. ଶର୍ମା | କିଛି ଦିନ ପୂର୍ବରୁ ଚୟନ କମିଟି ଡାକ୍ତର ଶର୍ମାଙ୍କ ନାଁ ଏହି ପଦବୀ ପାଇଁ ରାଜ୍ୟପାଳଙ୍କ ନିକଟକୁ ସୁପାରିସ କରିଥିଲେ। ଏହାପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କ ନାମକୁ ଅନୁମୋଦନ କରିଛନ୍ତି | ଏହି ନିଯୁକ୍ତି ପରେ କିଏ ହେବ ରାଜ୍ୟ ପୁଲିସ ବିଭାଗର ନୂଆ ମୁଖିଆ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ବର୍ତ୍ତମାନ ପାଇଁ ଡିଜିପି ଇନଚାର୍ଜ ହୋଇପାରନ୍ତି ସୁନିଲ ରୟ । ଏଠାରେ ସୂଚନା ଥାଉ କି ମାର୍ଚ୍ଚ ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଲୋକାୟୁକ୍ତ ଚୟନ କମିଟି ବୈଠକରେ ଦୁଇ ଜଣ ସଦସ୍ୟଙ୍କୁ ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି ହୋଇଥିଲା । ଜଣେ ବିଚାରବିଭାଗୀୟ ଓ ଅନ୍ୟ ଜଣକ ଅଣ-ବିଚାରବିଭାଗୀୟ ସଦସ୍ୟଙ୍କ ନାମ ଉପରେ ଚୟନ କମିଟି ମୋହର ଲଗାଇଛି। ଏହାପରେ ରାଜ୍ୟପାଳଙ୍କ ପାଖକୁ ଏହା ପଠାଯାଇଥିଲା | ତେବେ ଆଜି ରାଜ୍ୟପାଳ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ନାମକୁ ଅନୁମୋଦନ କରିଛନ୍ତି।

ସମ୍ବନ୍ଧିତ ଖବର