ବଦଳିଯିବ ଭୁବନେଶ୍ୱର ରେଳ ଷ୍ଟେସନର ରୂପରେଖ, ନିର୍ମାଣ ହେବ ମଲଟି-ମୋଡାଲ ହବ୍‌

ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନକୁ ଏକ ଅତ୍ୟାଧୁନିକ ରୂପ ଦିଆଯିବ ଓ ମଲଟି-ମୋଡାଲ ହବରେ ପରିଣତ କରାଯିବ । ଏଥିପାଇଁ ଆଜି ଓଡ଼ିଶା ସରକାର ଓ ପୂର୍ବତଟ ରେଳବାଇ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ ଭିଡିଓ ଲିଙ୍କ ମାଧ୍ୟମରେ ଯୋଗ ଦେଇଥିଲେ । ସେହିପରି ଦିଲ୍ଲୀରେ ରେଳମନ୍ତ୍ରୀ ପିୟୁଷ ଗୋଏଲ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ ।


ଏହି ବୁଝାମଣାପତ୍ର ଅନୁସାରେ ସ୍ମାର୍ଟ ସିଟି ପ୍ରକଳ୍ପର ଏକ ଅଂଶ ବିଶେଷ ସ୍ୱରୂପ ଭୁବନେଶ୍ୱର ରେଳ ଷ୍ଟେସନକୁ ଏକ ରେଳ ଷ୍ଟେସନ ମଲଟିମୋଡାଲ ହବ ( ଆରଏସଏମଏଚ) କରାଯିବ । ଓଡ଼ିଶା ସରକାର ବିଡିଏ ମାଧ୍ୟମରେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବେ ।

ଏହି ପ୍ରସ୍ତାବିତ ରେଳ ଷ୍ଟେସନ ମଲଟିମୋଡାଲ ହବ୍‌ ରେ ରେଳ ଷ୍ଟେସନ ପାଇଁ ଏକ ଟର୍ମିନାଲ ବିଲଡିଂ, ଏକ ସିଟି ବସ ଟର୍ମିନାଲ, ଏକ କାର ପାର୍କିଂ ଓ ସର୍ବସାଧାରଣଙ୍କ ପାଇଁ ବିଭିନ୍ନ ସୁବିଧା ରହିବ । ଏହି ପ୍ରକଳ୍ପ ପାଇଁ ରେଳ ବିଭାଗ ପ୍ରାୟ ୭୦ କୋଟି ଟଙ୍କା ଓ ଓଡିଶା ସରକାର ୬୦ କୋଟି ଟଙ୍କା ପ୍ରଦାନ କରିବେ ।

ସମ୍ବନ୍ଧିତ ଖବର