ଉତ୍କଳ ଦିବସରେ ଉତ୍କଳ ଗୌରବ ମଧୁସୂଦନ ସେତୁ ଲୋକାର୍ପିତ ହେବ

ଭୁବନେଶ୍ୱର : ମହାନଦୀ ଉପରେ କଟକ ଚହଟା ଘାଟରୁ ନୂଆପାଟଣାକୁ ସଂଯୋଗ କରି ନିର୍ମାଣ ହୋଇଥିବା ସେତୁକୁ ଉତ୍କଳ ଗୌରବ ମଧୁସୂଦନଙ୍କ ନାମରେ ମୁଖ୍ୟମନ୍ତ୍ରୀ ନାମିତ କରିଛନ୍ତି। ଏହି ୩.୧୩ କିମି ଦୈର୍ଘ୍ୟ ବିଶିଷ୍ଟ ସେତୁ ପାଇଁ ରାଜ୍ୟ ସରକାର ୧୫୭କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ରାଜ୍ୟବାସୀଙ୍କୁ ସମର୍ପିତ କରିବେ। ଏହି ସେତୁ କାର୍ଯ୍ୟକ୍ଷମ ହେଲେ କଟକରୁ ଢେଙ୍କାନାଳ ଦୂରତା ୧୬କିମି କମିଯିବ। ଧବଳେଶ୍ୱର ପୀଠକୁ ମଧ୍ୟ ଶ୍ରଦ୍ଧାଳୁମାନେ ସୁବିଧାରେ ଓ ଶୀଘ୍ର ଯାଇପାରିବେ। ଏହାସହ ହସ୍ତତନ୍ତ ପାଇଁ ପ୍ରସିଦ୍ଧ ନୂଆପାଟଣାରେ ଅର୍ଥନୈତିକ କାର୍ଯ୍ୟକ୍ରମ ବୃଦ୍ଧି ପାଇବ। ସୂଚନାଯୋଗ୍ୟ ଯେ, ଏହି ସେତୁର ନିର୍ମାଣ ନିର୍ଦ୍ଧାରିତ ସମୟ ଅବଧି ପୂର୍ବରୁ ଶେଷ ହୋଇଛି।

ଏହି ସେତୁଟି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନାମରେ ନାମିତ ହେବା ପରେ ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍‌ କର୍ମଚାରୀ ସମନ୍ଵୟ ସମିତିର ସାଧାରଣ ସମ୍ପାଦକ ବ୍ରଜ କିଶୋର ନନ୍ଦ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ସମ୍ବନ୍ଧିତ ଖବର