ନୂଆ ମେଡିକାଲ ପାଇଁ କେନ୍ଦ୍ର-ରାଜ୍ୟ ଅଂଶଧନ ଧାର୍ଯ୍ୟ କଲା ନିତି ଆୟୋଗ

ଭୁବନେଶ୍ବର : ସରକାରୀ ଘରୋଇ ସହଭାଗିତା (ପିପିପି) ରେ ପ୍ରତିଷ୍ଠା ହେବାକୁ ଥିବା ନୂତନ ମେଡିକାଲ କଲେଜ ପାଇଁ ମୂଳଧନର ୨୦ ପ୍ରତିଶତ କେନ୍ଦ୍ର ସରକାର ଯୋଗାଇଦେବେ। ଅବଶିଷ୍ଟ ୨୦ ପ୍ରତିଶତ ଅର୍ଥ ରାଜ୍ୟ ସରକାର ଦେବେ। ରାଜ୍ୟର ପଛୁଆ ଅଞ୍ଚଳ ବିଶେଷକରି ଆକା˚କ୍ଷୀ ଜିଲ୍ଲା ଗୁଡିକରେ ନୂତନ ମେଡିକାଲ କଲେଜ ପ୍ରତିଷ୍ଠା କ୍ଷେତ୍ରରେ ଏହା ସହାୟକ ହେବବୋଲି ନୀତି ଆୟୋଗ କହିଛନ୍ତିା

ନୀତି ଆୟୋଗ ସିଇଓ ଅମିତାଭ କାନ୍ତ୍‌ କହିଛନ୍ତି ଯେ କେନ୍ଦ୍ର ସରକାର ତିନି ପର୍ଯ୍ୟାୟରେ ଦେଶରେ ୧୫୭ ଟି ନୂତନ ମେଡିକାଲ କଲେଜ ପ୍ରତିଷ୍ଠା ଲାଗି ଘୋଷଣା କରିଛନ୍ତିା ତଦନୁଯାୟୀ ଓଡିଶା ସରକାର ତାଙ୍କର ଭାଗ ପାଇବେ। ରାଜ୍ୟରେ ଅଧିକ ସ˚ଖ୍ୟାରେ ମେଡିକାଲ ଗ୍ରାଜୁଏଟଙ୍କ ଆବଶ୍ୟକ ଥିବାରୁ ରାଜ୍ୟ ସରକାର ଅଧିକ ମେଡିକାଲ କଲେଜ ଦରକାର କରୁଛନ୍ତି ା ତେଣୁ ପିପିପି ମୋଡରେ ପ୍ରତିଷ୍ଠା ହେବାକୁ ଥିବା ମେଡିକାଲ କଲେଜ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମୂଳଧନର ୪୦ ପ୍ରତିଶତ ଅର୍ଥ ଯୋଗାଇ ଦେବେ ବୋଲି ଶ୍ରୀ କାନ୍ତ୍‌ ରାଜ୍ୟ ସରକାରଙ୍କୁ ଅବଗତ କରିଛନ୍ତିା ନୂତନ ମେଡିକାଲ କଲେଜ ପାଇଁ ସ୍ବଚ୍ଛ ଉପାୟରେ ଟେଣ୍ତର ପ୍ରକ୍ରିୟା କରାଯିବ।

ରାଜ୍ୟରେ ୧୦ଟି ଆକା˚କ୍ଷୀ ଜିଲ୍ଲା ଥିବାବେଳେ କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟରେ ଆକା˚କ୍ଷୀ ଜିଲ୍ଲା ଗୁଡିକରେ ମେଡିକାଲ କଲେଜ ସ୍ଥାପନ ଉପରେ ଗୁରୁତ୍ବ ଦେଉଛନ୍ତିା ନୂତନ ମେଡିକାଲ କଲେଜକୁ ଆର୍ଥିକ ସହାୟତା ପ୍ରଦାନ କରାଗଲେ ଛାତ୍ରଛାତ୍ରୀଙ୍କ ଫି ପରିମାଣ ହ୍ରାସ ପାଇବ ଏବ˚ ତଳ ସ୍ତରର ପିଲାମାନେ ବି ପଢିପାରିବେ।

ଟେଣ୍ତର ଆହ୍ବାନ ପୂର୍ବରୁ ଫି ପରିମାଣ ବିଡରଙ୍କୁ ପ୍ରଦାନ କରାଯିବ ଯାହା ଫଳରେ ଆର୍ଥିକ ଦୃଷ୍ଟିରୁ ସେମାନଙ୍କୁ ସୁହାଇଲା ଭଳି ଟେଣ୍ତର ପକାଇ ପାରିବେ। ଗୁଜୁରାଟ ଓ କର୍ଣ୍ଣାଟକରେ ପିପିପି ମଡେଲ ମେଡିକାଲ କଲେଜ ପ୍ରକଳ୍ପ ଗୁଡିକ ବେଶ୍‌ ଲାଭଦାୟକ ହୋଇଥିବାରୁ ରାଜ୍ୟ ସରକାର ଅନୁରୂପ ଢାଞ୍ଚା ଅନୁସରଣ କରିବାକୁ ନୀତି ଆୟୋଗ ଅନୁରୋଧ କରିଛନ୍ତି। ଇତି ମଧ୍ୟରେ ୩ପର୍ଯ୍ୟାୟରେ ୧୫୭ଟି ନୂତନ ମେଡିକାଲ କଲେଜ ନିର୍ମାଣକୁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି।

କେନ୍ଦ୍ରୀୟ ପ୍ରର୍ବିତ ଯୋଜନାରେ ୭୫ଟି ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ ଏବ˚ ଏହାର ସ˚ଖ୍ୟା ପରର୍ବୀ ସମୟରେ ବୃଦ୍ଧି ପାଇବା ୨୦୨୧-୨୨ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ଭିିଭୂମିରେ ଉନ୍ନତି ବିଧାନ ଲାଗି କେନ୍ଦ୍ର ସରକାର ନିକଟରେ ୨୫ହଜାର କୋଟି ଟଙ୍କା ମଞ୍ଜୁର କରିଛନ୍ତି। ପଛୁଆ ଇଲାକା ଯେଉଁଠାରେ କି ମେଡିକାଲ କଲେଜ ନାହିଁ ସେଠାରେ ଅତି କମ୍‌ରେ ୨୦୦ ଶଯ୍ୟା ବିଶିଷ୍ଟ ନୂତନ ମେଡିକାଲ କଲେଜ ନିର୍ମାଣ ହେବ। ଆକା˚କ୍ଷୀ ଜିଲ୍ଲା ଗୁଡିକୁ ଏ କ୍ଷେତ୍ରରେ ଅଗ୍ରାଧିକାର ମିଳିବ ଏବ˚ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଗୁଡିକୁ ୩୦୦ ଶଯ୍ୟା କରାଯିବ। ଦେଶରେ ଥିବା ୪୯୪ଟି ମେଡିକାଲ କଲେଜ ମଧ୍ୟରୁ ୪୭ ପ୍ରତିଶତ ଦେଶର ୫ଟି ଦାକ୍ଷିଣାତ୍ୟ ରାଜ୍ୟରେ ରହିଛି। କାରଣ ସେଠାରେ ଆଞ୍ଚଳିକ ବୈଷମ୍ୟ ଦୂରୀକରଣ ପାଇଁ କୌଣସି ନୀତିନିୟମ ନାହିଁ। ଏଭଳି ସ୍ଥିତିକୁ ଦେଖି କେନ୍ଦ୍ର ସରକାର ରାଜ୍ୟର ପଛୁଆ ଅଞ୍ଚଳ ଗୁଡିକୁ ଏ କ୍ଷେତ୍ରରେ ଅଗ୍ରାଧିକାର ଦେବାଲାଗି ସ୍ଥିର କିରଛନ୍ତି।

ସମ୍ବନ୍ଧିତ ଖବର