ଦାୟିତ୍ବ ମିଳିବା ପରେ ନବୀନ ନିବାସରେ ପହଞ୍ଚିଲେ ନୂଆ ମନ୍ତ୍ରୀ

ଭୁବନେଶ୍ବର: ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଆଜି ଦାୟିତ୍ବ ନେବା ପରେ ମନ୍ତ୍ରୀମାନେ ଆଜି ସନ୍ଧ୍ୟାରେ ନବୀନ ନିବାସରେ ଯାଇଥିଲେ। ମନ୍ତ୍ରୀ ରିତା ସାହୁ, ବିକ୍ରମ କେଶରୀ ଆରୁଖ, ସମୀର ଦାସ, ନିରଞ୍ଜନ ପୂଜାରୀ, ପ୍ରତାପ ଦେବ, ଅଶୋକ ପଣ୍ଡା, ବାସନ୍ତି ହେମ୍ରମ, ଉଷା ଦେବୀ, ନବ ଦାସ୍, ପ୍ରୀତି ରଞ୍ଜନ ଘଡେ଼ଇ ନବୀନ ନିବାସରେ ପହଞ୍ଚି ଥିଲେ । ମନ୍ତ୍ରୀମାନଙ୍କୁ ନବୀନ ଗୁରୁମନ୍ତ୍ର ଦେଇଥିଲେ। ସରକାରଙ୍କ ବିକାଶମୂଳକ କାମଗୁଡ଼ିକ କିଭଳି ଭା‌ବରେ ସାଧାରଣଜନତାଙ୍କ ନିକଟକୁ ବିନା କୌଣସି ଅସୁବିଧାରେ ପହଞ୍ଚାଯାଇପାରିବ, ସେ ନେଇ ମଧ୍ୟ ପରାମର୍ଶ ଥିଲେ। ସେହିପରି ସରକାରଙ୍କ ଯୋଜନାରୁ ଯେପରି କୌଣସି ହିତାଧିକାରୀ ବାଦ୍‌ ନ ପଡ଼ନ୍ତି, ସେଥି ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ। ସର୍ବୋପରି ଲୋକଙ୍କ ପାଇଁ କାମ କରିବାକୁ ମନ୍ତ୍ରୀମାନଙ୍କୁ କହିଥିଲେ।

ସୂଚନାଯୋଗ୍ୟ, ନବୀନ ସରକାର ଆଜି ନିଜର ମନ୍ତ୍ରିମଣ୍ଡଳର ପରିବର୍ତ୍ତନ କରିଛନ୍ତି। କିଛି ମନ୍ତ୍ରୀମାନଙ୍କୁ ପୁରୁଣା ଦାୟିତ୍ବ ମିଳିଥିବା ବେଳେ ଆଜି ଶପଥ ଗ୍ରହଣ କରିଥିବା ମନ୍ତ୍ରୀମାନଙ୍କୁ ନୂଆ ଦାୟିତ୍ବ ମିଳିଛି। ନବୀନଙ୍କ କ୍ୟାବିନେଟ୍ ମନ୍ତ୍ରୀ ତାଲିକାରେ ଜଗନ୍ନାଥ ସାରକାଙ୍କୁ ଅନୁସୂଚିତ ଜାତି ଜନଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ ଆଦିବାସୀ ଓ ଆଇନ ବିଭାଗ ମିଳିଛି । ନିରଞ୍ଜନ ପୂଜାରୀଙ୍କୁ ଅର୍ଥ ଓ ସଂସଦୀୟ ବ୍ୟାପାର, ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ କୃଷି,ମତ୍ସ୍ୟ ଓ ପଶୁସମ୍ପଦ, ପ୍ରମିଳା ମଲ୍ଲିକଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ଉଷା ଦେବୀଙ୍କୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଟୁକୁନି ସାହୁଙ୍କୁ ଜଳସଂପଦ, ବାଣିଜ୍ୟ ଓ ପରିବହନ, ପ୍ରଫୁଲ୍ଲ ମଲ୍ଲିକଙ୍କୁ ଇସ୍ପାତ, ପୂର୍ତ୍ତି ଓ ଖଣି, ପ୍ରତାପ କେଶରୀ ଦେବଙ୍କୁ ଶିଳ୍ପ ଓ ଶକ୍ତି, ଅତନୁ ସବ୍ୟସାଚୀ ନାୟକଙ୍କୁ ଖାଦ୍ୟ ଯୋଗାଣ ଓ ସମବାୟ, ପ୍ରଦୀପ କୁମାର ଅମାତଙ୍କୁ ସୂଚନା ଓ ଲୋକସଂପର୍କ, ପଞ୍ଚାୟତିରାଜ, ଜଙ୍ଗଲ ଓ ପରିବେଶ ଓ ପାନୀୟ ଜଳ, ନବକିଶୋର ଦାସଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ବିଜ୍ଞାନ ଓ କାରିଗରୀ କୈଶଳ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଓ ରାଜେନ୍ଦ୍ର ଢୋଲକିଆଙ୍କୁ ଯୋଜନା ଓ ସଂଯୋଜନ ବିଭାଗ ମିଳିଛି।

ସେହିପରି ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ଭାବେ ସମୀରରଞ୍ଜନ ଦାଶ ବିଦ୍ୟାଳୟ ଓ ଗଣଶିକ୍ଷା, ଅଶ୍ୱିନୀ କୁମାର ପାତ୍ର ପର୍ଯ୍ୟଟନ, ଓଡ଼ିଆ ଭାଷା, ସଂସ୍କୃତି ଓ ଅବକାରୀ, ପ୍ରୀତିରଞ୍ଜନ ଘଡ଼େଇ ଗ୍ରାମ୍ୟ ଉନ୍ନୟନ, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ, ଶ୍ରୀକାନ୍ତ ସାହୁ ଶ୍ରମ ଓ ନିଯୁକ୍ତି, ତୁଷାରକାନ୍ତି ବେହେରା ଇଲୋକ୍ଟ୍ରେନିକ୍ସ, ଆଇଟି, କ୍ରୀଡ଼ା ଓ ଯୁବବ୍ୟାପାର, ରୋହିତ ପୂଜାରୀ ଉଚ୍ଚଶିକ୍ଷା, ରୀତା ସାହୁ ହସ୍ତତନ୍ତ ଓ ବୟନ ଶିଳ୍ପ, ବାସନ୍ତୀ ହେମ୍ବ୍ରମ ମହିଳା ଶିଶୁ କଲ୍ୟାଣ ଓ ମିସନ୍ ଶକ୍ତ ବିଭାଗର ଦାୟିତ୍ବ ମିଳିଛି। ତୁଷାରକାନ୍ତି ବେହେରାଙ୍କୁୁ ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ ବି ଦିଆଯାଇଛି।

ସମ୍ବନ୍ଧିତ ଖବର