ନୂଆ ମୋଟର ଯାନ ଆଇନ : ମାତ୍ର ୪ ଦିନରେ ୮୯ ଲକ୍ଷ ଟଙ୍କାର ଜରିମାନା ଆଦାୟ କରିଛି ଓଡ଼ିଶା

ନୂଆଦିଲ୍ଲୀ : ଗତ ସେପ୍ଟେମ୍ବର ୧ରୁ ସାରା ଦେଶରେ ଲାଗୁ ହୋଇଛି ସଂଶୋଧିତ ମୋଟର ଯାନ ଆଇନ । ଏହା ଅନୁଯାୟୀ ପରିବହନ ବିଭାଗ ପକ୍ଷରୁ ପୂର୍ବାପେକ୍ଷା ୧୦ ଗୁଣ ଦରରେ ଜୋରିମାନା ଆଦାୟ ହେଉଛି । ତେବେ ଜୋରିମାନା ଆଦାୟରେ ଦୁଇଟି ରାଜ୍ୟ ଓଡ଼ିଶା ଓ ହରିୟାନା ଆଗୁଆ ରହିଛି । ସେପ୍ଟେମ୍ବର ୧ରୁ ୪ ମଧ୍ୟରେ ଏହି ଦୁଇଟି ରାଜ୍ୟରୁ ମୋଟ ୧ କୋଟି ୪୧ ହଜାର ଟଙ୍କା ଜରିମାନା ଆକାରରେ ଆଦାୟ ହୋଇଛି ।

 

ଏହି ୪ ଦିନରେ ଓଡ଼ିଶାରେ ମୋଟ ୪୦୮୦ଟି ଚାଲାଣ କଟାଯାଇ ମୋଟ ୮୮ ଲକ୍ଷ ୯୦ ହଜାର ଟଙ୍କା ଆଦାୟ ହୋଇଛି । ଏହା ସହିତ ୪୬ଟି ଗାଡି ଜବତ ହୋଇଛି । ଗତକାଲି ଅର୍ଥାତ ୪ ତାରିଖରେ କଟକ-ଭୁବନେଶ୍ୱର ଦ୍ୱୈତ ନଗରୀରେ ମୋଟ ୧୧୫୪ଟି ଚାଲାଣ କଟାଯାଇ ମୋଟ ୮,୧୬,୫୦୦ ଟଙ୍କା ଆଦାୟ ହୋଇଛି ବୋଲି କମିଶନରେଟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଅନ୍ୟପକ୍ଷରେ ହରିୟାଣାରେ ଏହି ୪ ଦିନରେ ୩୪୩ଟି ଚାଲାଣ କଟାଯାଇ ମୋଟ ୫୨ ଲକ୍ଷ ୩୨ ହଜାର ଟଙ୍କା ଜରିମାନା ଆକାରରେ ଆଦାୟ ହୋଇଛି । ରାଜଧାନୀ ଦିଲ୍ଲୀରେ ମୋଟ ୩୯୦୦ ଟି ଚାଲାଣ କଟାଯାଇଛି ।

ସମ୍ବନ୍ଧିତ ଖବର