ଘୋଷଣା ହେଲା ବିଜୁ ମହିଳା ଜନତା ଦଳର ପଦାଧିକାରୀ

ଭୁବନେଶ୍ବର : ବିଜେଡ଼ି ମହିଳା ଶାଖାର ପଦାଧିକାରୀ ଘୋଷଣା । ରାଜ୍ୟସ୍ତରୀୟ ପରାମର୍ଶଦାତା ଭାବେ ୫ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ରାଜଶ୍ରୀ ମଲ୍ଲିକ, ମଂଜୁଲତା ମଣ୍ଡଳ, ରୀତା ତରାଇଙ୍କୁ ଦାୟିତ୍ୱ ଦିଆଯାଇଛି । ଲତିକା ପ୍ରଧାନ ଓ ନନ୍ଦିନୀ ଦେବୀଙ୍କୁ ମଧ୍ୟ ମିଳିଛି ଦାୟିତ୍ୱ । କାର୍ୟ୍ୟକାରୀ ସଭାପତି ଭାବେ ୩ଜଣଙ୍କୁ ନିଯୁକ୍ତି ମିଳିଛି । ସୁଭୁସିନୀ ଜେନା, ସୁଲତା ଦେଓ ଓ ନିବେଦିତା ମହାନ୍ତି ଦିଆଯାଇଛି ଦାୟିତ୍ୱ ।

ସାଧାରଣ ସମ୍ପାଦିକା ଭାବେ କସ୍ତୁରୀ ମହାପାତ୍ରଙ୍କୁ ମିଳିଛି ଦାୟିତ୍ୱ । ୭ଜଣଙ୍କୁ ଜୋନ ସଭାପତି ଭାବେ ନିଯୁକ୍ତି ମିଳିଛି । ବରିଷ୍ଠ ଉପସଭାପତି ଭାବେ ୯ଜଣଙ୍କୁ ଦାୟିତ୍ୱ ଦିଆଯାଇଛି । ଉପସଭାପତି ଭାବେ ୨୭ଜଣଙ୍କୁ ମିଳିଛି ଦାୟିତ୍ୱ । ଜେନେରାଲ ସେକ୍ରେଟାରୀ ଭାବେ ୩୫ଜଣଙ୍କୁ ନିଯୁକ୍ତି । ସମ୍ପାଦିକା ଭାବେ ୩୬ଜଣଙ୍କୁ ଦିଆଯାଇଛି ନିଯୁକ୍ତି । ଯୁଗ୍ମ ସମ୍ପାଦିକା ଭାବେ ୨୮ଜଣଙ୍କୁ ନିଯୁକ୍ତି ଦିଆଯାଇଛି । କାର୍ୟ୍ୟନିର୍ବାହୀ ସଦସ୍ୟ ଭାବେ ୬୯ଜଣଙ୍କୁ ନିଯୁକ୍ତି ଦିଆଯାଇଛି ।

ସମ୍ବନ୍ଧିତ ଖବର