ହାତୀସରା ପଞ୍ଚାୟତର ନୂଆ କାର୍ଯ୍ୟାଳୟ ଉଦ୍‌ଘାଟିତ

ଦେଓଗାଁ : ଦେଓଗାଁ ବ୍ଲକ୍‌ ହାତୀସରା ପଞ୍ଚାୟତର ନୂତନ କାର୍ଯ୍ୟାଳୟ ଗୁରୁବାର ବ୍ଲକ୍‌ ଅଧ୍ୟକ୍ଷା ରୀନା ମେହେରଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ସଭାରେ ସରପ‌‌ଞ୍ଚ ମମତା କୁମୁରା ସଭାପତିତ୍ବ କରିଥିଲେ। ପୂର୍ବ ବ୍ଲକ୍‌ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର ସଭା ପରିଚାଳନା କରିଥଲେ। ଉଦ୍‌ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷା ରୀନା ମେହେର ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଜୋନ୍‌ ସଦସ୍ୟ ସୁଶୀଲ ଚାନ୍ଦ, ବ୍ଲକ୍‌ ସରପ‌ଞ୍ଚ ସଂଘ ସଭାପତି ତଥା ଧଣ୍ତାମାଲ ସରପ‌ଞ୍ଚ ଦୟାନିଧି ଖମାରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୋପାଳ ଷଡ଼ଙ୍ଗୀ, ପୂର୍ବ ସରପ‌ଞ୍ଚ ଅନ୍ତର୍ଯ୍ୟମୀ ଭୋଇ, ଯୁବନେତା ଶୈଳେନ୍ଦ୍ର ସାହୁଙ୍କ ସହ ସମସ୍ତ ୱାର୍ଡ଼ସଭ୍ୟ/ସଭ୍ୟା ଯୋଗ ଦେଇଥିଲେ।

ପ୍ରଥମେ ହାତୀସରାକୁ ସ୍ବତନ୍ତ୍ର ପଞ୍ଚାୟତ ଗଠନ ପାଇଁ ଆଗ ଧାଡ଼ିରେ କାମ କରିଥିବା ହାତୀସରା ଗାଁର ସ୍ବର୍ଗତ ପ୍ରମୋଦ ସାହୁ, ଜୟଚନ୍ଦ୍ର ଗଡ଼ତ୍ୟା, ବିଷ୍ଣୁ ଗହୀର ଓ ନାଇକେନଶିରା ଗାଁର ହଲୁରାମ ବାଙ୍କ, କୁମୁଦ ରଞ୍ଜନ ମେହେରଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଗାଁର ମାର୍କଣ୍ତ ମେହେର, ସୁବାସ ପୁଟେଲ, ରାଧେଶ୍ୟମ ଦାଶ ପଞ୍ଚାୟତ ଗଠନ ସମୟର ଅନୁଭୂତି ବର୍ଣ୍ଣନା କରିଥିଲେ। ଏହି କାର୍ଯ୍ୟକ୍ରମରେ ହାତୀସରା ଗାଁର ଜୟକୃଷ୍ଣ ଗଡ଼ତ୍ୟା, ଶେଷଦେବ ମେହେର, ଜାଲୁ ମେହେର, କାର୍ତ୍ତିକ ସାହୁ ଓ ନାଇକେନଶିରା ଗାଁର କାଲିଆ ଡାଙ୍ଗ, ଚକ୍ର ମେହେର ପ୍ରମୁଖ ଯୋଗଦେଇଥିଲେ। ପ୍ରଦୀପ ନାଏକ ଧନ୍ୟବାଦ ଦେଇଥିଲେ। ସୂଚନାଯୋଗ୍ୟ ଯେ ବହୁ ଦିନ ହେଲା ହାତୀସରା ପଞ୍ଚାୟତର ନୂତନ କୋଠା ଉଦ୍‌ଘାଟନ ହୋଇ ନଥିବାରୁ ନାଇକେନଶିରା ଗାଁର ହିତାଧିକାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ତୁରନ୍ତ ଉଦ୍‌ଘାଟନ କରିବାକୁ ବାରମ୍ବାର ଦାବି କରୁଥିଲେ।

ସମ୍ବନ୍ଧିତ ଖବର