ଓଡିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ହେଲେ ଆଇପିଏସ୍ ସତ୍ୟଜିତ ମହାନ୍ତି

ଭୁବନେଶ୍ୱର: ବରିଷ୍ଠ ଆଇପିଏସ ଅଧିକାରୀ ଡ.ସତ୍ୟଜିତ ମହାନ୍ତିଙ୍କୁ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତି  ଦିଆଯାଇଛି | ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ମୁତାବକ ବର୍ତ୍ତମାନ ଅଗ୍ନିଶମ ଓ ହୋମଗାର୍ଡ ବିଭାଗର ଡିଜି ଥିବା ସତ୍ୟଜିତ ମହାନ୍ତିଙ୍କ ଏହି ନୂତନ ନିଯୁକ୍ତିକୁ ରାଜ୍ୟପାଳ ଅନୁମୋଦନ ଦେଇଥିବାବେଳେ ଚାକିରିକାଳ ଶେଷ ହେବା ପର୍ଯ୍ୟନ୍ତ ସତ୍ୟଜିତ ମହାନ୍ତି ଏହି ପଦବିରେ ରହିବେ |

ସୂଚନା ମୁତାବକ, ଏହା ପୂର୍ବରୁ ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ଥିବା ବରିଷ୍ଠ ଆଇପିଏସ୍ ସତ୍ୟଜିତ ମହାନ୍ତିଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଜି ପଦରେ ଅବସ୍ଥାପିତ କରାଯାଇଥିଲା | ଆଜି ସତ୍ୟଜିତ ମହାନ୍ତିଙ୍କୁ ଓଡ଼ିଶା ଲୋକସେବା ଆୟୋଗ ବା ଓପିଏସସିର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି |

ସମ୍ବନ୍ଧିତ ଖବର