ପ୍ରଚଳନ ହେଲା ନୂଆ ପାଞ୍ଜି

ପୁରୀ : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତିରୁ ନୂତନ ପଞ୍ଜିକା ପ୍ରଚଳିତ ହୋଇଛି। ଦୋଳ ପୂର୍ଣ୍ଣିିମା ଦିନ ପୂଜା ହୋଇ ରହିଥିବା ପାଞ୍ଜିକୁ ଆଜିଠାରୁ ପ୍ରଚଳନ କରାଯାଇଛି। ଶ୍ରୀମନ୍ଦିରରର ସମସ୍ତ ନୀତିକାନ୍ତି ଏହି ନୂଆ ପାଞ୍ଜି ମୁତାବକ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।

ତେବେ ଚଳିତ ବର୍ଷର ରାଷ୍ଟ୍ରଫଳ କଣ ହେବ ସେ ନେଇ ବିଶିଷ୍ଟ ଗବେଷକ ତଥା ଜ୍ୟୋତିର୍ବିଦ ଡକ୍ଟର ନରେଶ ଦାଶ ‘ସମ୍ବାଦ’କୁ ରାଷ୍ଟ୍ରଫଳ ସଂପର୍କରେ ବିସ୍ତୃତ ଭାବେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏ ବର୍ଷ ଆରମ୍ଭରୁ ଅକ୍ଟୋବର ପର୍ଯ୍ୟନ୍ତ ବୃହସ୍ପତି ତୁଳା ରାଶିରେ, ବର୍ଷ ସାରା ଶନି ଧନୁ ରାଶିରେ ଓ ରାହୁ କର୍କଟ ରାଶିରେ ଅବସ୍ଥାନ କରୁଥିବାରୁ ବିଶ୍ୱର ମଙ୍ଗଳ ହେବ। ଦେଶ ଦେଶ ମଧ୍ୟରେ ସହମତି ସହବସ୍ଥାନ, ବାଣିଜ୍ୟିକ ସଂପର୍କ ବୃଦ୍ଧି ପାଇବ। ଉଗ୍ରବାଦୀ ଆକ୍ରମଣ ଶାନ୍ତ ପଡ଼ିବ। ଶାସନ ପ୍ରକ୍ରିୟା ଶୃଙ୍ଖଳିତ ହେବ। ଦେଶ ପ୍ରଗତି ପଥରେ ଅଗ୍ରସର ହେବ। ତେବେ ଏ ବର୍ଷ ନ୍ୟାୟପାଳିକାର ଭୂମିକା ଗୁରୁତ୍ଵପୂର୍ଣ୍ଣ ରହିବ। ଉଭୟ ସର୍ବୋଚ୍ଚ ଓ ଉଚ୍ଚନ୍ୟାୟାଳୟର କେତେକ ଦୃଷ୍ଟାନ୍ତମୂଳକ ରାୟ ଦ୍ଵାରା ସାମାଜିକ ପରିବର୍ତ୍ତନ ଘଟିବ। ରାଜ୍ୟ ସରକାର ସ୍ଥିର ରହିବ। ରାଜ୍ୟରେ ଉତ୍ତମ ବୃଷ୍ଟିପାତ ହେବ। କୃଷି ଉତ୍ପାଦନ ମଧ୍ୟ ବଢିବ। ରାଜ୍ୟର ଉପକୂଳ ଜିଲ୍ଲାମାନଙ୍କରେ ଜୁଲାଇରୁ ଅଗଷ୍ଟ ମାସ ମଧ୍ୟରେ ଝଡବାତ୍ୟାର ଆଶଂକା ଅଧିକ ରହିବ। ଶିଶୁ କଲ୍ୟାଣ, ମାତୃମଙ୍ଗଳ ଯୋଜନାରେ ବିଶୃଙ୍ଖଳା ଦେଖାଦେବ। ଜନ ପ୍ରତିନିଧିମାନଙ୍କ ପ୍ରଭାବ ବଢିବ। ରାଜ୍ୟରେ ଚଳିତ ବର୍ଷ ଭୟଙ୍କର ବିଦ୍ୟୁତ୍‌ ସଙ୍କଟ ଦେଖାଦେବ। ଏହାକୁ ନେଇ ଅସନ୍ତୋଷ ତୀବ୍ର ହେବ। ଚଳିତ ବର୍ଷ ଆଷାଢ ପୂର୍ଣ୍ଣିିମା ତାରିଖ ୧୭.୭. ୨୦୧୮ରେ ଚନ୍ଦ୍ର ଗ୍ରହଣ ଗ୍ରହଣ ହେବ। ଅନ୍ୟପକ୍ଷରେ ବିଂଶୋତ୍ତରିଙ୍କ ମତରେ ବିଭିନ୍ନ ରାଶିର ଆୟ ବ୍ୟୟ ହିସାବ ରହିଛି।

ସମ୍ବନ୍ଧିତ ଖବର