ଭୁବନେଶ୍ୱର : ରାଜ୍ୟର ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର । ଆଜିଠାରୁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ନୂଆ କାର ପାର୍କିଂ ନୀତି ଲାଗୁ ହୋଇଛି । ଘରୋଇ ବା ବ୍ୟକ୍ତିଗତ ଗାଡ଼ିଗୁଡ଼ିକ ଯାତ୍ରୀମାନଙ୍କୁ ଏୟାରପୋର୍ଟରେ ଡ୍ରପ କରିବା ଓ ପିକ୍-ଅପ କରିବା ପାଇଁ କୌଣସି ପାର୍କିଂ ଦେୟ ପଡିବ ନାହିଁ । ତେବେ ପାର୍କିଂରେ ଅପେକ୍ଷା କରିବା ପାଇଁ ଆବଶ୍ୟକ ଦେୟ ଲାଗୁ ହେବ । ଏହି ନୂଆ ନୀତି ଆଜି ଅପରାହ୍ନ ୨ଟାରୁ ଲାଗୁ ହୋଇଛି । ଏ ସଂପର୍କରେ ଏୟାରପୋର୍ଟ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି ।
New Car Park Policy implemented from 1400Hrs today. NO charges for pick and drop for private vehicles.Reuest not to park vehicles on lanes or roads to avoid congestion.
— BPI Airport, AAI,Bhubaneswar (@aaibpiairport) April 8, 2019
ଗତ ମାର୍ଚ୍ଚ ୪ ତାରିଖରେ କେନ୍ଦ୍ର ବେସାମରିକ ବିମାନଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା କହିଥିଲେ ଯେ ଏପ୍ରିଲ ୧ରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେନୂଆ ପାର୍କିଂ ନୀତି ଲାଗୁ ହେବ । ଏହା ଅନୁଯାୟୀ ଘରୋଇ ଗାଡ଼ି ପାଇଁ କୌଣସି ଦେୟ ପଡିବ ନାହିଁ , କିନ୍ତୁ ବ୍ୟବସାୟିକ ଭିତ୍ତିରେ ଚାଲଥିବା ଗାଡି ପାଇଁ ୪୦ ଟଙ୍କା ଲେଖାଏଁ ପାର୍କିଂ ଫି ଆଦାୟ ହେବ । ତେବେ କୌଣସି କାରଣରୁ ଏପ୍ରିଲ ପହିଲାରେ ଏହା ଲାଗୁ ହୋଇପାରିନଥିଲା ।