ଭୁବନେଶ୍ୱର : ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ୬ ବର୍ଷ ଚୁକ୍ତି ଅବଧିକୁ ମୂଳ ଚାକିରି ସହ ଯୋଗ ସହ ୬ଟି ନୋସନାଲ୍ ଇନ୍‌କ୍ରିମେଣ୍ଟ୍ ପ୍ରଦାନ ଓ ୨୦୧୬ରୁ ୨୦୨୨ ମଧ୍ୟରେ ନିଯୁକ୍ତ ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିୟମିତ କରିବା ଦାବିରେ ନୂତନ ପେନସନ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଇଛି।

Advertisment

ସଂଘର ଜିଲ୍ଲାସ୍ତରୀୟ କର୍ମକର୍ତ୍ତାମାନେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ସଂଘ ପକ୍ଷରୁ କୁହାଯାଇଛି ଯେ ଶିକ୍ଷକ ମାରଣନୀତି ତଥା ପାତରଅନ୍ତର ନୀତି ବିରୁଦ୍ଧରେ ଦାବିପତ୍ର ପ୍ରଦାନ କରାଯାଇଛି। ଯଦି ରାଜ୍ୟ ସରକାର ଉକ୍ତ ଦୁଇଟି ଦାବିକୁ ପୂରଣ ନ କରନ୍ତି ତାହେଲେ ଆସନ୍ତା ୧୫ତାରିଖରେ ରାଜ୍ୟର ସମସ୍ତ ବିଧାୟକ, ସାଂସଦ, ମନ୍ତ୍ରୀମାନଙ୍କୁ ଦାବିପତ୍ର ପ୍ରଦାନ କରାଯିବ। ଏହାପରେ ଯଦି ସରକାର କୌଣସି ନିଷ୍ପତ୍ତି ଗ୍ରହଣ ନ କରନ୍ତି, ତେବେ ଆସନ୍ତା ବିଧାନସଭାରେ ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ସଭାପତି ପ୍ରଦୀପ୍ତ ପ୍ରଧାନ, ସାଧାରଣ ସମ୍ପାଦକ ଅମରେନ୍ଦ୍ର ସ୍ବାଇଁ, ମହାସଚିବ ବିଶ୍ବଜିତ ବିଶ୍ବାଳ, ଆବାହକ ନିରୋଦ ରଥ ପ୍ରମୁଖ ଏକ ପ୍ରେସ୍‌ ବିବୃତିରେ ସୂଚନା ଦେଇଛନ୍ତି।