ନୂଆ ପୁଲିସ ଡିଜିଙ୍କ ନୂଆବର୍ଷ ବାର୍ତ୍ତା: ଉତ୍ତରଦାୟିତ୍ବ ପାଳନ ପାଇଁ ପୁଲିସ ପ୍ରତିଶ୍ରୁତିବଦ୍ଧ

କଟକ: ଗତକାଲି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ବଗ୍ରହଣ କରିଥିବା ସୁନୀଲ ବ˚ଶଲ ଆଜି ନୂଆ ବର୍ଷ ଅବସରରେ ଓଡ଼ିଶା ପୁଲିସ୍‌ର ଦାୟିତ୍ବବୋଧ ସ˚କ୍ରାନ୍ତରେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ସେ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ, ପୂର୍ବ ଦିନମାନଙ୍କରେ ପୁଲିସ୍‌ ଯେଉଁଭଳି ଭାବେ ସେବା ମନୋବୃତ୍ତିରେ କାର୍ଯ୍ୟ କରି ଆସିଛି, ଆଗକୁ ଆହୁରି ଭଲ ସେବା ଦେବା ପାଇଁ ଚେଷ୍ଟା କରାଯିବ। ରାଜ୍ୟର ଅସହାୟ, ଗରିବ, ଦୂର ଅଞ୍ଚଳରେ ରହୁଥିବା ଜନଜାତିମାନଙ୍କ ପାଇଁ ପୁଲିସ୍‌ ତାର ଉତ୍ତରଦାୟିତ୍ବ ନିର୍ବାହ କରିବାକୁ ପ୍ରତିଶ୍ରୁତିବଦ୍ଧ।

ଅନ୍ୟପକ୍ଷରେ ଯେଉଁମାନେ ସ˚ଗଠିତ ଅପରାଧ, ଡ୍ରଗ୍ସ କାରବାର କିମ୍ବା ଅନ୍ୟ ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ ଥିବା ଜଣାପଡ଼ିବେ, ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ପଦକ୍ଷେପ ନିଆଯିବ। କୋଭିଡ୍‌ ପରିଚାଳନାକୁ ନେଇ ଯଦି କୌଣସି ସମସ୍ୟା ଦେଖାଦିଏ, ତାହାର ତୁରନ୍ତ ସମାଧାନ କରିବାକୁ ଚେଷ୍ଟା କରାଯିବ। ଟିକାକରଣ ଅଭିଯାନ ସମୟରେ ପୁଲିସ୍‌ର ଯାହା ଭୂମିକା ରହିଛି, ତାହାକୁ ଠିକ୍‌ ଭାବେ ପାଳନ କରାଯିବ ବୋଲି ଡିଜିପି ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟବାସୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇ କରୋନା ପରିସ୍ଥିତିରୁ ରାଜ୍ୟ ଶୀଘ୍ର ମୁକୁଳିବ ବୋଲି ଆଶବ୍ୟକ୍ତ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ କେନ୍ଦ୍ରୀୟ ଡେପୁଟେସନରେ ଥିବା ଶ୍ରୀ ବଂଶଲ ଗତକାଲି ରାଜ୍ୟର ନୂଆ ଡିଜି ଭାବେ ଶ୍ରୀ ଅଭୟଙ୍କ ଠାରୁ ଦାୟିତ୍ବଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର