ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଉ ୩ଟି ଆଞ୍ଚଳିକ ଅଫିସ ଖୋଲିବ

ଭୁବନେଶ୍ୱର : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ରାଜ୍ୟରେ ଆଉ ୩ଟି ଆଞ୍ଚଳିକ କାର୍ଯ୍ୟାଳୟ ଖୋଲିବ। ଏ ନେଇ ବୋର୍ଡର ୧୧୫ତମ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସେହି ୩ଟି ଆଞ୍ଚଳିକ କାର୍ଯ୍ୟାଳୟ କୋରାପୁଟ, ବଲାଙ୍ଗୀର, ଗଜପତିରେ ସ୍ଥାପନ କରାଯିବ। ଏସବୁ କାର୍ଯ୍ୟାଳୟ ନିମନ୍ତେ ଆବଶ୍ୟକ ସମସ୍ତ ଖର୍ଚ ବୋର୍ଡ ବହନ କରିବ। ତେବେ ଏ ନେଇ ରାଜ୍ୟ ସରକାରଙ୍କ ଅନୁମୋଦନ ଆବଶ୍ୟକ ହେଉଛି। ଏଣୁ ବୋର୍ଡ ସଦସ୍ୟ ସଚିବ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ନିକଟକୁ ପ୍ରସ୍ତାବ ପଠାଇଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୧୨ଟି ଆଞ୍ଚଳିକ କାର୍ଯ୍ୟାଳୟ ରହିଛି।

ସମ୍ବନ୍ଧିତ ଖବର