ଭୁବନେଶ୍ବର: ଗତ ୨୪ ଘଣ୍ଟା ଭିତରେ ରାଜ୍ୟରୁ ୧୩୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ଟୁଇଟ କରି ସୂଚନା ଦେଇଛି। ତେବେ ଚିହ୍ନଟ ହୋଇଥିବା ୧୩୪ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୯ଜଣ ଆକ୍ରାନ୍ତ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୫୫ଜଣ ସ୍ଥାନୀୟ ଅଞ୍ଚଳର ଥିବା ଜଣାପଡ଼ିଛି।

Advertisment

ଆଜି ଅନୁଗୁଳରୁ ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୯ଜଣ, ବରଗଡ଼ରୁ ୩ଜଣ, ବଲାଙ୍ଗୀରରୁ ୩ଜଣ, ବୌଦ୍ଧରୁ ୨ଜଣ, କଟକରୁ ୨ଜଣ, ଗଜପତିରୁ ଜଣେ, ଗଞ୍ଜାମରୁ ଜଣେ, ଜଗତସିଂହପୁରରୁ ଜଣେ, ଯାଜପୁରରୁ ୭ଜଣ, ଝାରସୁଗୁଡ଼ାରୁ ୧୨ଜଣ, କଳାହାଣ୍ଡିରୁ ଜଣେ, କେନ୍ଦ୍ରାପଡ଼ାରୁ ଜଣେ, କେନ୍ଦୁଝରରୁ ୩ଜଣ, ଖୋର୍ଧାରୁ ୫ଜଣ, ମୟୁରଭଞ୍ଜରୁ ୪ଜଣ, ନୂଆପଡ଼ାରୁ ୧୧ଜଣ, ପୁରୀରୁ ୧୬ଜଣ, ସମ୍ବଲପୁରରୁ ୧୯ଜଣ, ସୁବର୍ଣ୍ଣପୁରରୁ ୨ଜଣ, ସୁନ୍ଦରଗଡ଼ରୁ ୨୫ଜଣ ଓ ଷ୍ଟେଟପୁଲରୁ ଜଣେ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଛନ୍ତି।

publive-image

ରାଜ୍ୟରେ ଏଯାବତ ଆକ୍ରାନ୍ତଙ୍କ ସଂଖ୍ୟା ୩୩୩୪୪୪ରେ ପହଞ୍ଚିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୩୨୯୫୪୬ରେ ପହଞ୍ଚିଛି। ସେହିପରି ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୪୪ ରହିଛି।