ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୪୩ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର:  ରାଜ୍ୟରେ  ପୁଣି  ୧୪୩ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩ରେ ପହଞ୍ଚି ଥିବା ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି । ଏଯାବତ ରାଜ୍ୟରେ ୩୭୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେ ବି ୧୫୬୨ଟି ସକ୍ରିୟ ମାମଲା ରହିଛି।

ଚିହ୍ନଟ ହୋଇଥିବା ନୂଆ ୧୪୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୩୭ଜଣ କ୍ୱାରେଣ୍ଟିନ୍‌ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୬ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି।

ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ ୧୭ ଜିଲ୍ଲାରୁ ୧୪୧ ଜଣ ସଂକ୍ରମିତ ହୋଇଥିବା ସମୟରେ ଏନଡିଆରଏଫର ଦୁଇ ଜଣ କର୍ମଚାରୀ ଆକ୍ରାନ୍ତ ଅଛନ୍ତି ।  ଗଞ୍ଜାମ ଜିଲ୍ଲାରୁ ଆଜି ସର୍ବାଧିକ ୩୨ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୧୬ଜଣ, ନୟାଗଡ଼ରୁ ୧୩ଜଣ, ବାଲେଶ୍ୱରରୁ ୧୩ଜଣ, କଟକରୁ ୨୦ଜଣ, ଜଗତସିଂହପୁରରୁ ୧, ଅନୁଗୁଳରୁ ୧, ଢ଼େଙ୍କାନାଳରୁ ୩ଜଣ, ଭଦ୍ରକରୁ ୪ଜଣ, କଳାହାଣ୍ଡିରୁ ୬ଜଣ, କେନ୍ଦୁଝରରୁ ୨ଜଣ, ସୁନ୍ଦରଗଡ଼ରୁ ୧୨ଜଣ, କେନ୍ଦ୍ରାପଡ଼ାରୁ ୧୦ଜଣ, ଝାରସୁଗୁଡ଼ାରୁ ଜଣେ, ବରଗଡ଼ରୁ ଜଣେ, ବଲାଙ୍ଗୀରରୁ ଜଣେ, ସମ୍ବଲପୁରରୁ ୫ଜଣ ଚିହ୍ନଟ ହୋଇଛନ୍ତି।

ଏଥିସହିତ ଏନ୍‌ଡିଆରଏଫ୍‌ର ଦୁଇଜଣ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ଦୁଇକର୍ମଚାରୀ ନିକଟରେ ଆମ୍ଫାନ୍‌ ଡିୟୁଟିରେ ଯାଇ ପଶ୍ଚିମବଙ୍ଗରୁ ଫେରିଥିଲେ।

ସମ୍ବନ୍ଧିତ ଖବର