ରାଜ୍ୟରୁ ପୁଣି ୨୩୧ ଜଣ କରୋନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଆଜି ରାଜ୍ୟରୁ ୨୩୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୨୩୧ଜଣଙ୍କ ମଧ୍ୟରୁ କ୍ବାରେଣ୍ଟାଇନ କେନ୍ଦ୍ରରୁ ୧୩୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୯୮ଜଣ ସଂକ୍ରମିତ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ଆଜି ଅନୁଗୁଳ ଜିଲ୍ଲାରୁ ୨୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୮ଜଣ, ବରଗଡ଼ରୁ ୨୫ଜଣ, ଭଦ୍ରକରୁ ୫ଜଣ, ବଲାଙ୍ଗୀରରୁ ୧୧ଜଣ, ବୌଦ୍ଧରୁ ଜଣେ, କଟକରୁ ୧୧ଜଣ, ଦେବଗଡ଼ରୁ ୨ଜଣ,  ଢ଼େଙ୍କାନାଳରୁ ୨ଜଣ, ଗଜପତିରୁ  ୩ଜଣ, ଗଞ୍ଜାମରୁ ୪ଜଣ, ଜଗତସିଂହପୁରରୁ ୨ଜଣ, ଯାଜପୁରରୁ ୧୨ଜଣ, ଝାରସୁଗୁଡ଼ାରୁ ୧୫ଜଣ, କଳାହାଣ୍ଡିରୁ ଜଣେ, କେନ୍ଦ୍ରାପଡ଼ାରୁ ୧୦ଜଣ, କେନ୍ଦୁଝରରୁ ୯ଜଣ, ଖୋର୍ଧାରୁ ୧୧ଜଣ, କୋରାପୁଟରୁ ୩ଜଣ, ମୟୁରଭଞ୍ଜରୁ ୮ଜଣ, ନବରଙ୍ଗପୁରରୁ ୨ଜଣ, ନୟାଗଡ଼ରୁ ୨ଜଣ, ନୂଆପଡ଼ାରୁ ଜଣେ, ପୁରୀରୁ ୧୦ଜଣ, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୧୪ଜଣ, ସୁବର୍ଣ୍ଣପୁରରୁ ୨ଜଣ, ସୁନ୍ଦରଗଡ଼ରୁ ୩୨ଜଣ ଓ ଷ୍ଟେଟପୁଲରୁ ୩ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜ୍ୟରେ ଏଯାବତ ୩୩୦୯୨୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୨୬୭୭୮ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଏବେ ବି ୨୨୦୩ଟି ସକ୍ରିୟ ମାମଲା ରହିଛି।

ସମ୍ବନ୍ଧିତ ଖବର