ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୮୩୨୩ରେ ପହଞ୍ଚିଛି

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ କେନ୍ଦ୍ରରୁ ୩୭ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୮ଜଣ ରହିଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟୁଇଟ କରି ସୂଚନା ଦେଇଛନ୍ତି।

ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୪ଜଣ, ବାଲେଶ୍ବରରୁ ୫ଜଣ, ବଲାଙ୍ଗୀରରୁ ୩ଜଣ, କଟକରୁ ୫ଜଣ, ଦେବଗଡ଼ରୁ ୨ଜଣ, ଗଞ୍ଜାମରୁ ୩ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 

ସେହିପରି ଯାଜପୁରରୁ ୫ଜଣ, ଝାରସୁଗୁଡ଼ାରୁ ୪ଜଣ, ଖୋର୍ଧାରୁ ୫ଜଣ, ମୟୁରଭଞ୍ଜରୁ ୯ଜଣ, ନୂଆପଡ଼ାରୁ ଜଣେ, ପୁରୀରୁ ୩ଜଣ, ସୁନ୍ଦରଗଡ଼ରୁ ୧୫ଜଣ ଓ ଷ୍ଟେଟପୁଲରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂଆ ଚିହ୍ନଟଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୩୮୩୨୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩୫୭୩୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏବେ ବି ରାଜ୍ୟରେ ୬୨୨ଟି କରୋନା ମାମଲା ସକ୍ରିୟ ରହିଛି।

ସମ୍ବନ୍ଧିତ ଖବର