ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୫ହଜାର ୮୮୯ରେ ପହଞ୍ଚିଲା

ଭୁବନେଶ୍ବର: ରାଜ୍ୟରେ ବୁଧବାର ୯୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୪ଜଣ କ୍ବାରାଣ୍ଟାଇନରୁ ଥିବା ବେଳେ ୩୮ଜଣ ସ୍ଥାନୀୟ ଅଞ୍ଚଳର ରହିଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜ୍ୟରେ ଏଯାବତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୫ହଜାର ୮୮୯ରେ ପହଞ୍ଚିଛି।

ଆଜି ବରଗଡ଼ରୁ ସର୍ବାଧିକ  ୧୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୩ଜଣ, ବାଲେଶ୍ବରରୁ ୫ଜଣ, ବଲାଙ୍ଗୀରରୁ ୨ଜଣ, ବୌଦ୍ଧରୁ ୨ଜଣ, କଟକରୁ ୯ଜଣ ଓ ଦେବଗଡ଼ରୁ ଜଣେ, ଜଗତସିଂହପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 

ସେହିପରି ଯାଜପୁରରୁ ୩ଜଣ, ଝାରସୁଗୁଡ଼ାରୁ ୪ଜଣ, କଳାହାଣ୍ଡିରୁ ୬ଜଣ, କେନ୍ଦୁଝରରୁ ୪ଜଣ, ଖୋର୍ଧାରୁ ୬ଜଣ, କୋରାପୁଟରୁ ଜଣେ, ମୟୁରଭଞ୍ଜରୁ ୨ଜଣ, ନୂଆପଡ଼ାରୁ ୨ଜଣ, ପୁରୀରୁ ୭ଜଣ, ରାୟଗଡ଼ାରୁ ୨ଜଣ, ସମ୍ବଲପୁରରୁ ୮ଜଣ, ସୁବର୍ଣ୍ଣପୁରରୁ ଜଣେ ଓ ସୁନ୍ଦରଗଡ଼ରୁ ୧୧ଜଣ କରୋନା ଆକ୍ରାନ୍ତ ରହିଛନ୍ତି।

ସମ୍ବନ୍ଧିତ ଖବର