ଆଜି ସକାଳେ ରାଜ୍ୟରେ ଆଉ ୭ କରୋନା ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଲା

ଭୁବନେଶ୍ବର:  ଆଜି ସକାଳେ ରାଜ୍ୟରେ ଆଉ ୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଏମାନଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୪ ଜଣ ଓ ଭଦ୍ରକରୁ ୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛି । ଫଳରେ ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଓ ଭଦ୍ରକରେ ୧୯କୁ  ବୃଦ୍ଧି ପାଇଛି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଲା । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ସୂଚନା ମିଳିଛି । ତେବେ ଭଦ୍ରକରୁ ଚିହ୍ନଟ ହୋଇଥିବା ନୂଆ କରୋନା ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡିଛି | ଏହି ତିନିଜଣଙ୍କ ମଧ୍ୟରୁ ଦୁଇ ଜଣ ବାସୁଦେବପୁର ବ୍ଲକର ହୋଇଥିବାବେଳେ ଜଣେ ବନ୍ତ ବ୍ଲକର ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି |


ସେହିପରି ସୁନ୍ଦରଗଡରୁ ଆଜି ନୂଆ ଚିହ୍ନଟ ହୋଇଥିବା ୪ ଜଣ ରାଉରକେଲା ନାଲାରୋଡ଼ର ବୋଲି ଜଣାପଡିଛି | ରାଜ୍ୟରେ ଗତକାଲି ଗୋଟିଏ ଦିନରେ ୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ୬ଜଣ ବାଲେଶ୍ବରର ହୋଇଥିବା ବେଳେ କୋରାପୁଟ ଓ ଯାଜପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିଲେ । ରାଜ୍ୟରେ ଦିନକୁ ଦିନ ସଂକ୍ରମିଣ ବଢ଼ିବା ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ସମ୍ବନ୍ଧିତ ଖବର