ଭୁବନେଶ୍ବର: ଆଜି ଓଡ଼ିଶାରେ ୭୩୬ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭,୪୩୭କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଏମାନଙ୍କ ଭିତରୁ ୪୮୧ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨୫୫ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଆଜି ୨୫ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।

publive-image

ଆଜି ଗଞ୍ଜାମରୁ ସର୍ବାଧିକ ୨୪୭, ଖୋର୍ଦ୍ଧାରୁ ୧୦୭ ,କୋରାପୁଟରୁ ୪୫, ଯାଜପୁର ଓ ଜଗତସିଂହପୁରରୁ ୪୦ ଲେଖାଏଁ, ଗଜପତିରୁ ୩୯, ବାଲେଶ୍ବରରୁ ୩୩, କଟକରୁ ୨୭ , ସମ୍ବଲପୁରରୁ ୨୫, ଅନୁଗୁଳରୁ ୨୨, ମାଲକାନଗିରିରୁ ୧୮, ସୁନ୍ଦରଗଡ଼ରୁ ୧୭ ,ପୁରୀରୁ ୧୪, ମୟୂରଭଞ୍ଜରୁ ୧୨, ନୟାଗଡ଼ରୁ ୧୦, ରାୟଗଡ଼ା ଓ ବୌଦ୍ଧରୁ ୮ ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୭, ଭଦ୍ରକରୁ ୫, ବଲାଙ୍ଗିରରୁ ୪ , ବରଗଡ଼ରୁ ୩, କଳାହାଣ୍ଡିରୁ ୨, ନବରଙ୍ଗପୁର, ଢେଙ୍କାନାଳ ଓ କେନ୍ଦୁଝରରେ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

publive-image imagesource-long island press

ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ୧୧, ୯୩୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୩୮୧ ରହିଛି।