ଭୁବନେଶ୍ବର: ଆଜି ରାଜ୍ୟରେ ୩୦୬୭ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୮୦୯ ଓ ସ୍ଥାନୀୟ ଅଞ୍ଚଳରୁ ୧୨୫୮ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୧୫ ହଜାର ୬୭୬କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
22. Mayurbhanj: 143
23. Nawarangpur: 58
24. Nayagarh: 68
25. Nuapada: 85
26. Puri: 178
27. Rayagada: 41
28. Sambalpur: 98
29. Sonepur: 22
30. Sundargarh: 62
31. State Pool: 211New Recoveries: 4014
Cumulative Tested: 3200852
Positive: 215676
Recovered: 177585
Active Cases: 37210— I & PR Department, Odisha (@IPR_Odisha) September 29, 2020
ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଆଜି କେତେଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୫୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ କଟକ ଜିଲ୍ଲାରୁ ୨୩୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୬୮, ଗଞ୍ଜାମ ଜିଲ୍ଲାରୁ ୩୪, ବଲାଙ୍ଗୀର ଜିଲ୍ଲାରୁ ୭୮, ବାଲେଶ୍ବର ଜିଲ୍ଲାରୁ ୧୪୬, କୋରାପୁଟ ଜିଲ୍ଲାରୁ ୫୫, ଭଦ୍ରକ ୫୯, ରାୟଗଡ଼ା ଜିଲ୍ଲାରୁ ୪୧, ପୁରୀ ଜିଲ୍ଲାରୁ ୧୭୮, ସୁନ୍ଦରଗଡ଼ ଜିଲ୍ଲାରୁ ୬୨, ଜଗତସିଂହପୁର ଜିଲ୍ଲାରୁ ୮୪, ସମ୍ବଲପୁର ଜିଲ୍ଲାରୁ ୯୮, କଳାହାଣ୍ଡି ଜିଲ୍ଲାରୁ ୫୪, ଯାଜପୁର ଜିଲ୍ଲାରୁ ୬୦, କନ୍ଧମାଳ ଜିଲ୍ଲାରୁ ୮୧, କେନ୍ଦ୍ରାପଡ଼ା ଜିଲ୍ଲାରୁ ୯୪, ମାଲକାନଗିରି ଜିଲ୍ଲାରୁ ୨୪, ଗଜପତି ଜିଲ୍ଲାରୁ ୨୧, ମୟୂରଭଞ୍ଜ ଜିଲ୍ଲାରୁ ୧୪୩ , ଝାରସୁଗୁଡ଼ା ଜିଲ୍ଲାରୁ ୯୬, ଢେଙ୍କାନାଳ ଜିଲ୍ଲାରୁ ୯୧, ନବରଙ୍ଗପୁର ଜିଲ୍ଲାରୁ ୫୮, କେନ୍ଦୁଝର ଜିଲ୍ଲାରୁ ୮୧, ସୁବର୍ଣ୍ଣପୁର ଜିଲ୍ଲାରୁ ୨୨, ଅନୁଗୁଳ ଜିଲ୍ଲାରୁ ୧୨୯, ବରଗଡ଼ ଜିଲ୍ଲାରୁ ୬୯, ନୂଆପଡ଼ା ଜିଲ୍ଲାରୁ ୮୫, ଦେବଗଡ଼ରୁ ୧୫ ଓ ବୌଦ୍ଧ ଜିଲ୍ଲାରୁ ୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ଷ୍ଟେଟ୍ ପୁଲରୁ ୨୧୧ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।
ଏବେ ରାଜ୍ୟରେ ମୋଟ୍ ୧,୭୭,୫୮୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭,୨୧୦ ରହିଛି।