ଆଜି ରାଜ୍ୟରେ ସର୍ବାଧିକ ୩୩୭୧ କରୋନା ପଜିଟିଭ ଚିହ୍ନଟ, ସମୁଦାୟ ସଂକ୍ରମିତ ୮୭୬୦୨

ଭୁବନେଶ୍ୱର: ପୁଣି ରାଜ୍ୟରେ କରୋନା ସଂକ୍ରମଣରେ ନୂଆ ରେକର୍ଡ। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  ୩୦ଟି ଜିଲ୍ଲାରୁ ୩୩୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ୩୩୭୧ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୫୩ଜଣ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୩୧୮ଟି ମାମଲା ରହିଛି। ଏଯାବତ୍  ଗୋଟିଏ ଦିନରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Firstpost

ଆଜି ଅନୁଗୁଳ ଜିଲ୍ଲାରୁ ୬୩ଜଣ, ବାଲେଶ୍ୱର ଜିଲ୍ଲାରୁ ୯୮ଜଣ, ବରଗଡ଼ ଜିଲ୍ଲାରୁ ୯୮ଜଣ, ଭଦ୍ରକ ଜିଲ୍ଲାରୁ ୧୧୪ ଜଣ, ବଲାଙ୍ଗୀର ଜିଲ୍ଲାରୁ ୭୬ଜଣ, ବୌଦ୍ଧ ଜିଲ୍ଲାରୁ ୪ ଜଣ, କଟକ ଜିଲ୍ଲାରୁ ୩୫୭ଜଣ, ଦେବଗଡ଼ ଜିଲ୍ଲାରୁ ୮ଜଣ, ଢ଼େଙ୍କାନାଳ ଜିଲ୍ଲାରୁ ୬୭ଜଣ, ଗଜପତି ଜିଲ୍ଲାରୁ ୪୧ଜଣ, ଗଞ୍ଜାମ ଜିଲ୍ଲାରୁ ୧୯୬ଜଣ, ଜଗତସିଂହପୁର ଜିଲ୍ଲାରୁ ୯୫ଜଣ, ଯାଜପୁର ଜିଲ୍ଲାରୁ ୧୭୩ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୯୩ଜଣ, କଳାହାଣ୍ଡି ଜିଲ୍ଲାରୁ ୨୮ଜଣ, କନ୍ଧମାଳ ଜିଲ୍ଲାରୁ ୪୧ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭୬ଜଣ, କେନ୍ଦୁଝର ଜିଲ୍ଲାରୁ ୭୪ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୪୭ଜଣ, କୋରାପୁଟ ଜିଲ୍ଲାରୁ ୯୧ଜଣ, ମାଲାକାନଗିରି ଜିଲ୍ଲାରୁ ୧୩୪ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୯୨ଜଣ, ନବରଙ୍ଗପୁର ଜିଲ୍ଲାରୁ ୬୫ଜଣ, ନୟାଗଡ଼ ଜିଲ୍ଲାରୁ ୧୭୧, ନୂଆପଡ଼ା ଜିଲ୍ଲାରୁ୧୫ଜଣ, ପୁରୀ ଜିଲ୍ଲାରୁ ୧୪୪ଜଣ, ରାୟଗଡ଼ା ଜିଲ୍ଲାରୁ ୧୪୬ଜଣ, ସମ୍ବଲପୁର ଜିଲ୍ଲାରୁ ୧୦୭, ସୁବର୍ଣ୍ଣପୁର ଜିଲ୍ଲାରୁ ୩ଜଣ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୫୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Mumbai allows COVID tests for everyone without doctor's ...
Times of India

ସେହିପରି ରାଜ୍ୟରୁ ଆଜି ୨୫୪୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଏବେ ବି ୨୭୬୩୮ଟି ସକ୍ରିୟ ମାମଲା ରହିଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶ। ରାଜ୍ୟରେ ମୋଟ ପିଜିଟିଭ ସଂଖ୍ୟା ୮୭୬୦୨କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର