ନିଯୁକ୍ତି ପାଇବେ ସିଡିପିଓ ସ୍ତରରେ ୯୩ ନୂଆ କାର୍ଯ୍ୟକ୍ରମ ଅଧିକାରୀ

ଭୁବନେଶ୍ବର : ରାଜ୍ୟ ସରକାର ମହିଳା ଓ ଶିଶୁ କଲ୍ୟାଣକୁ ଗୁରୁତ୍ବ ଦେଉଛନ୍ତି। ଏହି କ୍ଷେତ୍ରରେ ସମନ୍ବିତ ଶିଶୁ ବିକାଶ ସେବାଗୁଡ଼ିକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାରୁ ଜିଲ୍ଲା ଓ ସବ୍‌ଡିଭିଜନ ସ୍ତରରେ ଏହାକୁ ସୁଦୃଢ଼ କରାଯିବ। ଅଧିକାରୀମାନେ ଯେପରି ବିଭିନ୍ନ ବିଭାଗ ସହ ସମନ୍ବୟ ରଖି କାର୍ଯ୍ୟ କରିବେ, ବିଭିନ୍ନ ସରକାରୀ ସୁବିଧା ସୁଯୋଗ ଲୋକଙ୍କ ପାଖରେ ଠିକ୍‌ ଭାବେ ପହଞ୍ଚିବ ସେଥିପାଇଁ ସିଡିପିଓ ସ୍ତରରେ ଜିଲ୍ଲା ଓ ସବଡିଭିଜନ ପାଇଁ ୯୩ଟି କାର୍ଯ୍ୟକ୍ରମ ଅଧିକାରୀ ପଦବି, ୧୩ଟି ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ, ରାଜ୍ୟସ୍ତରରେ ୨ଟି ଉପନିର୍ଦ୍ଦେଶକ- ଉପସଚିବ ପଦବି ସୃଷ୍ଟି କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର