ପୁରୀରେ ନୂଆ ଆର୍‌ଡିସି ଅଫିସ୍‌ ଖୋଲାଯାଉ: ଅମର

ଭୁବନେଶ୍ବର : ପୁରୀରେ ନୂଆ ଆର୍‌ଡିସି ଅଫିସ୍‌ ଖୋଲିବା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖିଛନ୍ତି ବିଧାୟକ ତଥା ଏଥିକ୍ସ କମିଟିର ଅଧ୍ୟକ୍ଷ ଅମର ପ୍ରସାଦ ଶତପଥୀ। ସେ ଦର୍ଶାଇଛନ୍ତି ଯେ ପୁରୀକୁ ବିଶ୍ବ ଐତିହ୍ୟ ସହର କରିବା ପାଇଁ ନିଆଯାଉଥିବା ପଦକ୍ଷେପ ସ୍ବାଗତଯୋଗ୍ୟ। କିନ୍ତୁ ମହାପ୍ରଭୁ ଜଗନ୍ନାଥଙ୍କ ହଜାର ହଜାର ଏକର ଜମି ଜବରଦଖଲ ହୋଇରହିଛି। ଏହାର ସମାଧାନ ପାଇଁ ପୁରୀରେ ଆର୍‌ଡିସି ଅଫିସ୍‌ ପ୍ରତିଷ୍ଠା ସହ ଆର୍‌ଡିସିଙ୍କୁ ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି କରାଯାଉ। ଜଷ୍ଟିସ୍‌ ବିପି ଦାସଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ଦିର ପ୍ରଶାସନ ସଂସ୍କାର କମିସନ୍‌ ପୁରୀରେ ଆର୍‌ଡିସି ଅଫିସ୍‌ ଖୋଲିବାକୁ ସୁପାରିସ୍‌ କରିଥିଲେ।

ସମ୍ବନ୍ଧିତ ଖବର