ସୁସ୍ଥରେ ନୂଆ ରେକର୍ଡ: ତିନି ଦିନରେ ୭୧୯୪ ରୋଗୀ ସୁସ୍ଥ, ମୋଟ୍ ୫୯,୪୭୦

କଟକ ୬ହଜାର, ଖୋର୍ଧା ୧୨ହଜାର ଟପିଲା

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ କିଛି ନିର୍ଦ୍ଦିଷ୍ଟ ଜିଲ୍ଲାରେ ସୀମିତ ରହିନାହିଁ। ବରଂ ଏକାଧିକ ଜିଲ୍ଲାରେ ଏହା ଦ୍ରୁତି ଗତିରେ ବଢ଼ୁଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୨ଟି ଜିଲ୍ଲାରୁ ଶହେରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏପରିକି କିଛି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୦୦ ମଧ୍ୟ ପାର୍ କରିଛି। ଖୋର୍ଧା ଜିଲ୍ଲା ପୁଣିଥରେ ରାଜ୍ୟରେ ସଂକ୍ରମଣରେ ଶୀର୍ଷକୁ ଫେରିଛି। ଅଗଷ୍ଟ ମାସ ଶେଷ ସପ୍ତାହରେ ରାଜ୍ୟରେ କରୋନାର ଏଭଳି ଚିତ୍ର ସାମ୍ନାକୁ ଆସିଛି। ଅନ୍ୟପକ୍ଷରେ ରାଜ୍ୟରେ କରୋନା ସୁସ୍ଥ ରୋଗୀଙ୍କ କ୍ଷେତ୍ରରେ ପୁଣି ଏକ ନୂଆ ରେକର୍ଡ ହୋଇଛି। ଆଜି ୨୫୪୬ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତ ୩ଦିନ ଭିତରେ ରାଜ୍ୟରେ ୭୧୯୪ ରୋଗୀ ସୁସ୍ଥ ହୋଇ ସାରିଲେଣି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୫୦ହଜାର ୪୪୯ କୋଭିଡ୍‌ ନମୁନା ପରୀକ୍ଷା ‌ହୋଇଥିବା ବେଳେ ଏଥିରେ ୨୭୫୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୮୪୨୩୧ରେ ପହଞ୍ଚିଛି। ତେବେ ଖୋର୍ଧା ଜିଲ୍ଲା ୧୨ହଜାର ଓ କଟକ ଜିଲ୍ଲା ୬ ହଜାର ସଂଖ୍ୟା ଅତିକ୍ରମ କରିଛି। ପୂର୍ବରୁ ଗଞ୍ଜାମରେ ୧୬୭୪୦ ରୋଗୀ ଚିହ୍ନଟ ହୋଇ ସାରିଛନ୍ତି। ଗଞ୍ଜାମ, ଖୋର୍ଧା ଓ କଟକ ଜିଲ୍ଲାକୁ ମିଶାଇଲେ ରାଜ୍ୟର ସମୁଦାୟ ଆକ୍ରାନ୍ତଙ୍କ ୪୨ ପ୍ରତିଶତ ରୋଗୀ ଏହି ୩ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଖୋର୍ଧା ଜିଲ୍ଲାରେ ଆଜି ସର୍ବାଧିକ ୪୨୩ ଚିହ୍ନଟ ହୋଇଛନ୍ତି। ଏହାବାଦ୍ କଟକରୁ ୨୪୭, ଯାଜପୁର ୨୧୭, ଗଞ୍ଜାମ ୨୧୨, ରାୟଗଡ଼ା ୧୭୭, କୋରାପୁଟ ୧୭୪, ପୁରୀ ୧୪୪, ମୟୂରଭଞ୍ଜ ୧୩୭, ବାଲେଶ୍ବର ୧୨୯, ନୟାଗଡ଼ ୧୦୩ ଓ ମାଲକାନଗିରି ୧୦୧, କେନ୍ଦ୍ରାପଡ଼ା ୯୭, କନ୍ଧମାଳ ୯୫, ଗଜପତି ୬୦, ଭଦ୍ରକ ୫୮, ସମ୍ବଲପୁର ୫୫, ସୁନ୍ଦରଗଡ଼ ୪୪, ବରଗଡ଼ ଓ କେନ୍ଦୁଝରରୁ ୨୮ଜଣ ଲେଖାଏଁ, ନବରଙ୍ଗପୁର ୨୭, ଅନୁଗୁଳ ୨୩, କଳାହାଣ୍ଡି ୧୬, ଝାରସୁଗୁଡ଼ା ୧୫, ବଲାଙ୍ଗୀର ୧୪, ବୌଦ୍ଧ ୧୧, ନୂଆପଡ଼ା ୮, ଦେବଗଡ଼ ୬ ଓ ଢେଙ୍କାନାଳ ଓ ସୋନପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରେ ୧୭୦୮ ସଙ୍ଗରୋଧରୁ ଓ ୧୦୪୪ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି।

ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ୯ଜଣ କରୋନାରେ ପ୍ରାଣ ହରାଇଥିବା ସଂପର୍କରେ ଘୋଷଣା ହୋଇଛି। ସମସ୍ତ ମୃତକ ପୁରୁଷ ରହିଛନ୍ତି। ଏଥିରେ ଗଞ୍ଜାମ ଓ ସୁନ୍ଦରଗଡ଼ରୁ ୨ଜଣ ଲେଖାଏଁ ରହିଛନ୍ତି। ଗଞ୍ଜାମର ୬୮ ଓ ୭୩ବର୍ଷ, ସୁନ୍ଦରଗଡ଼ର ୫୧ ଓ ୬୫ବର୍ଷ, ବାଲେଶ୍ବର ୫୫ବର୍ଷ, ଭୁବନେଶ୍ବର ୫୫ବର୍ଷ, ବଲାଙ୍ଗୀର ୭୦ବର୍ଷ, କଟକ ୩୯ବର୍ଷ ଓ ଗଜପତି ୫୬ବର୍ଷର ମୃତକ ରହିଛନ୍ତି। ରାଜ୍ୟରେ ସମୁଦାୟ ମୃତକଙ୍କ ସଂଖ୍ୟା ୪୨୮ରେ ପହଞ୍ଚିଛି। ଏଥିରେ ଗଞ୍ଜାମରୁ ସର୍ବାଧିକ ୧୮୧ଜଣ ରହିଛନ୍ତି। ଏହାବାଦ୍ ଖୋର୍ଧାରୁ ୫୫, ସୁନ୍ଦରଗଡ଼ ୩୦, କଟକ ୨୬, ରାୟଗଡ଼ା ୨୧, ଗଜପତି ୧୮, ନୟାଗଡ଼୧୨ ଓ ପୁରୀରେ ୧୦ଜଣ ମୃତକ ରହିଛନ୍ତି। ଚଳିତ ମାସରେ ରାଜ୍ୟରେ ୨୪୧ଜଣଙ୍କର କ‌ରୋନାରେ ପ୍ରାଣହାନି ଘଟିଲାଣି।

ରାଜ୍ୟରେ କରୋନା ସୁସ୍ଥ ରୋଗୀଙ୍କ କ୍ଷେତ୍ରରେ ପୁଣି ଏକ ନୂଆ ରେକର୍ଡ ହୋଇଛି। ଆଜି ୨୫୪୬ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଖୋର୍ଧା ଜିଲ୍ଲାରୁ ରେକର୍ଡ ସଂଖ୍ୟକ ୬୨୭ ରୋଗୀ ସୁସ୍ଥ ହୋଇଛନ୍ତି। ଏହାବାଦ୍ ଗଞ୍ଜାମ ୨୬୬, ନୟାଗଡ଼ ୧୪୩, ପୁରୀ ୧୪୧, ରାୟଗଡ଼ା ୧୧୨, କୋରାପୁଟ ୧୦୪, ଭଦ୍ରକ ୯୯, କଟକ ୯୮, ବୌଦ୍ଧ ୮୭, ମାଲକାନଗିରି ୭୬, କେନ୍ଦ୍ରାପଡ଼ା ୭୪, କନ୍ଧମାଳ ଓ ସୁନ୍ଦରଗଡ଼ରୁ ୭୩ଜଣ ଲେଖାଏଁ, କଳାହାଣ୍ଡି ୭୨, ମୟୂରଭଞ୍ଜ ୭୦, ବାଲେଶ୍ବର ୬୩, ନବରଙ୍ଗପୁର ୪୪, ଗଜପତି ୪୨, ଯାଜପୁର ୪୦, କେନ୍ଦୁଝର ୩୭, ଅନୁଗୁଳ, ସମ୍ବଲପୁର ଓ ଜଗତସିଂହପୁରରୁ ୩୨ଜଣ ଲେଖାଏଁ, ବରଗଡ଼ ୨୯, ଢେଙ୍କାନାଳ ଓ ସୋନପୁର ୨୦ଜଣ ଲେଖାଏଁ, ବଲାଙ୍ଗୀର ୧୮, ଝାରସୁଗୁଡ଼ା ୧୭ ଓ ଦେବଗଡ଼ରୁ ୫ଜଣ ସୁସ୍ଥ ହୋଇଛନ୍ତି।

କୋଭିଡ୍‌ ପରୀକ୍ଷା ଦେୟ କମିଲା, ଆର୍‌ଟି-ପିସିଆର୍‌ ପରୀକ୍ଷା ପାଇଁ ୨୨୦୦ ବଦଳରେ ୧୨୦୦
ଭୁବନେଶ୍ବର: ରାଜ୍ୟ ସରକାର ଘରୋଇ ହସ୍ପିଟାଲରେ କୋଭିଡ୍‌ ନମୁନା ପରୀକ୍ଷା(ଆର୍‌ଟି-ପିସିଆର) ଦେୟକୁ ଖସାଇ ଦେଇଛନ୍ତି। ପୂର୍ବରୁ ପରୀକ୍ଷା ପାଇଁ ରୋଗୀଙ୍କୁ ୨୨୦୦ ଟଙ୍କା ଦେବାକୁ ପଡ଼ୁଥିବା ବେଳେ ଏବେ ୧୨୦୦ ଟଙ୍କା ଦେବାକୁ ହେବ। ରାଜ୍ୟରେ ଆଇସିଏମ୍‌ଆର ଦ୍ବାରା ସ୍ବୀକୃତିପ୍ରାପ୍ତ ପରୀକ୍ଷାଗାର‌ ଗୁଡ଼ିକରେ ହିଁ ପରୀକ୍ଷା କରିବା ଲାଗି କୁହାଯାଇଛି। ଆପୋଲୋ ହସ୍ପିଟାଲ, ଆଇଏମ୍‌ଏସ୍‌ ଏଣ୍ଡ ସମ୍ ହସ୍ପିଟାଲ, କିଟ୍ ଟିବିଆଇ ଆଇନ୍‌ଡିଏନ୍‌ଏ

ସମ୍ବନ୍ଧିତ ଖବର