୩ ଓଏଏସ୍‌ ଅଫିସର୍‌ଙ୍କୁ ନୂଆ ଦାୟିତ୍ବ

ଭୁବନେଶ୍ବର: ୩ ଜଣ ଓଏଏସ୍‌ ଅଫିସର୍‌ଙ୍କୁ ଆଜି ରାଜ୍ୟ ସରକାର ନୂଆ ଦାୟିତ୍ବ ଦେଇଛନ୍ତି। ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ରଘୁରାମ ଆର୍‌ ଆୟରଙ୍କୁ ଯୋଗାଣ ବିଭାଗର ଅତିରିକ୍ତ ସଚିବ ଏବଂ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଯୁଗ୍ମ ସଚିବ ନାରାୟଣ ଚନ୍ଦ୍ର ଧଳଙ୍କୁ ସମବାୟ ବିଭାଗର ଯୁଗ୍ମ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଉଭୟ ପୂର୍ବ ପରି ମୂଳ ବିଭାଗ ସହ ଏହି ନୂଆ ଦାୟିତ୍ବ ତୁଲାଇବେ। ସାଧାରଣ ପ୍ରଶାସନ ବିଭାଗର ଉପସଚିବ ଭବାନୀ ପ୍ରସାଦ ମିଶ୍ରଙ୍କୁ ସମବାୟ ବିଭାଗର ଉପ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଗେଲ୍‌(ଇଣ୍ଡିଆ) ଲିମିଟେଡ୍‌ର କ୍ଷମତାପ୍ରାପ୍ତ ଅଧିକାରୀ ଭାବେ ଶ୍ରୀ ମିଶ୍ରଙ୍କର ପୂର୍ବରୁ ହୋଇଥିବା ବଦଳିକୁ ବାତିଲ କରାଯାଇଛି। ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର