ଭୁବନେଶ୍ୱର : ବିଜୁ ଜନତା ଦଳ (ବିଜେଡି)ର ଦୁଇ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ଅମର ପଟ୍ଟନାୟକଙ୍କୁ ଆଜି ଦଳ ପକ୍ଷରୁ ନୂଆ ଦାୟିତ୍ୱ ପ୍ରଦାନ କରାଯାଇଛି । ଅମର ପଟ୍ଟନାୟକ ଦଳର ସାଧାରଣ ସମ୍ପାଦକ ଭାବେ ବିଜେଡି ସଂସଦୀୟ ଦଳ କାର୍ଯ୍ୟାଳୟ ଦାୟିତ୍ୱରେ ରହିବେ। ସେହିପରି ସାଂସଦ ସସ୍ମିତ ପାତ୍ର ରାଜ୍ୟସଭାରେ ବିଜେଡିର ମୁଖ୍ୟ ସଚେତକ ଭାବେ କାର୍ଯ୍ୟ କରିବେ । ଉଭୟ ସାଂସଦ ଗତ ଜୁନ୍ ମାସରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।
ବିଜେଡିର ଦୁଇ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ଅମର ପଟ୍ଟନାୟକଙ୍କୁ ନୂଆ ଦାୟିତ୍ୱ
/sambad/media/post_attachments/wp-content/uploads/2019/07/BJD-leaders-Dr.-Amar-Patnaik-Dr.-Sasmit-Patra.jpg)