କରୋନା ସଚେତନତା ପାଇଁ ସୁବ୍ରତ ବାଗ୍‌ଚୀଙ୍କୁ ନୂଆ ଦାୟିତ୍ୱ

ପ୍ରଚାର କରିବ ରେଲେଓ୍ଵ

ଭୁବନେଶ୍ୱର: ରାଜ୍ୟ ସରକାର କରୋନା ସଚେତନତା ପାଇଁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି। ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ହୋଇଛନ୍ତି ସୁବ୍ରତ ବାଗ୍‌ଚୀ। ସେ ଗଠନ ହେବାକୁ ଥିବା କମିଟିର ନେତୃତ୍ୱ ନେବେ। କରୋନା ଭୂତାଣୁ ସଂକ୍ରାନ୍ତରେ ଆସୁଥିବା ତଥ୍ୟ ଉପରେ ନଜର ରଖିବେ। ସାମ୍ବାଦିକ ସମ୍ମିଳନୀ କରୁଥିବା ଟିମ୍‌କୁ ସୁବ୍ରତ ବାଗ୍‌ଚୀ ପରାମର୍ଶ ଦେବେ।

କରୋନା ରୋଗ ନେଇ ରେଲେଓ୍ଵ ପକ୍ଷରୁ ଯାତ୍ରୀଙ୍କୁ ସଚେତନ କରାଯିବ। ସେହିପରି ପୂର୍ବତଟ ରେଳପଥ ପକ୍ଷରୁ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯିବ। ଏଥି ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ହେଲ୍ପଲାଇନ୍‌ ବୁଥ ଖୋଲାଯାଇଛି। ରେଳପଥ ପରିସୀମା ଭିତରେ ନିୟନ୍ତ୍ରଣ ଖୋଲାଯାଇଛି। ରେଳ ଷ୍ଟେସନ୍‌ ଓ ଟ୍ରେନ୍‌ଗୁଡ଼ିକରେ ସଚେତନତା ଅଭିଯାନ ଚାଲିବ। ଜନସାଧାରଣ ଓ ଯାତ୍ରୀଙ୍କୁ ସଚେତନ କରାଯାଉଛି। ସ୍ଥାନୀୟ ଭାଷାରେ ଅଡିଓ ଭିଜୁଆଲ ଜରିଆରେ ଷ୍ଟେସନରେ ପ୍ରଚାର ହେବ। ଅଡିଓ ମାଧ୍ୟମରେ ପ୍ରତିଷେଧକ ସଚେତନତା ବାର୍ତ୍ତା ଦିଆଯାଇଛି।

The New Dawn Liberia

ବିଶ୍ୱରେ କରୋନା ଭାଇରସ ଉଗ୍ର ରୂପ ନେଇଥିବା ବେଳେ ବର୍ତ୍ତମାନ ରାଜ୍ୟରେ ୧୪୧ ଜଣ ଲୋକ ନିରୀକ୍ଷଣରେ ଅଛନ୍ତି। କରୋନା ନେଇ ରାଜ୍ୟ ସରକାର ଅଧିକ ସଚେତନ ଅଛନ୍ତି। ଦୋକାନୀମାନେ ମାସ୍କ, ଗ୍ଲୋଭ ଏବଂ ସାନିଟାଇଜର ଅଧିକ ମୂଲ୍ୟରେ ବିକିଲେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ପଞ୍ଚାୟତ ସ୍ତରରେ ମଧ୍ୟ ନଜର ରଖାଯିବ। କିଏ ବିଦେଶରୁ ଫେରିଛି, ଅନୁଧ୍ୟାନ କରି ବିଡିଓଙ୍କୁ ସରପଞ୍ଚ ଜଣାଇବେ।

ସମ୍ବନ୍ଧିତ ଖବର