ଭୁବନେଶ୍ୱର: ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନେଇ ନୂଆ ନିୟମ ଘୋଷଣା କରାଯାଇଛି। ତାହା ଅନୁଯାୟୀ, ଧାର୍ଯ୍ୟ ତାରିଖ ସୁଦ୍ଧା ବୁକିଂ କରିଥିଲେ କୌଣସି ଜରିମାନା ଦେବାକୁ ପଡ଼ିବନାହିଁ। ଚେକିଂ ବେଳେ ଅନଲାଇନ ବୁକିଂ ସ୍ଲିପ୍ ଦେଖାଇଲେ ଜରିମାନାରୁ ବର୍ତ୍ତିପାରିବେ ଗାଡ଼ି ମାଲିକ ବା ଚାଳକ।ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏହି ଘୋଷଣା କରିଛନ୍ତି।

Advertisment

ଯଦି ବୁକିଂ କରିନଥିବେ ତେବେ ଚେକିଂ ସମୟରେ ଧରାପଡିଲେ ଜରିମାନା ଗଣିବାକୁ ପଡିବ। ଆଉ ଯଦି ଏଥିରୁ ବର୍ତ୍ତିବାକୁ ଚାହୁଁଥାନ୍ତି ତେବେ ଚେକିଂ ସମୟରେ ବୁକିଂର ସ୍ଲିପ ଦେଖାଇବାକୁ ପଡିବ। ଯେହେତୁ ଡେଡଲାଇନ ସରିଆସୁଛି ତେଣୁ ହଜାର ହଜାର ସଂଖ୍ୟାରେ ଲୋକେ ଅନଲାଇନରେ ସ୍ଲଟ ବୁକିଂ କରୁଛନ୍ତି। ଯାହାଫଳରେ ଧାର୍ଯ୍ୟ ସମୟ ମଧ୍ୟରେ ଲୋକଙ୍କୁ ସ୍ଲଟ ମିଳିପାରୁନାହିଁ। ତେଣୁ ଲୋକେ ଚେକିଂକୁ ନେଇ ଆଶଙ୍କାରେ ରହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ।

publive-image kalinga tv

ନିୟମ ଅନୁସାରେ ଗାଡିଗୁଡିକର ପଞ୍ଜୀକରଣ ନମ୍ବର ଅନୁସାରେ ଏଚଏସଆରପି  ଲଗାଇବାର ବିଭିନ୍ନ ସମୟ ସୀମା ଧାର୍ଯ୍ୟ କରାଯାଇଛି । ଧରନ୍ତୁ ଆପଣଙ୍କର ଗାଡ଼ିର ପଞ୍ଜୀକରଣର ଶେଷ ନମ୍ବର ୧ କିମ୍ବା ୨ ହୋଇଥାଏ, ତା’ହେଲେ ଅଗଷ୍ଟ ଶେଷ ସୁଦ୍ଧା ନୂଆ ନମ୍ବର ପ୍ଲେଟ୍ ଲଗାଇବା କାର୍ଯ୍ୟ ଶେଷ କରିବେ। ପଞ୍ଜୀକରଣ ଶେଷ ନମ୍ବର ୩ ଓ ୪ ହୋଇଥିଲେ ସେପ୍ଟେମ୍ବର ୩୦ ସୁଦ୍ଧା, ୫ ଓ ୬ ନମ୍ବର ଥିବା ଗାଡି ଅକ୍ଟୋବର ୩୧ ସୁଦ୍ଧା , ୭ ଓ ୮ ନମ୍ବର ଥିବା ଗାଡି ନଭେମ୍ବର ୩୦ ତାରିଖ ସୁଦ୍ଧା ଏବଂ ୯ ଓ ୦ରେ ଶେଷ ହୋଇଛି, ତାହା ଡିସେମ୍ବର ୩୧ ତାରିଖ ନୂଆ ପ୍ଲେଟ ଲଗାଇବାକୁ ପଡ଼ିବ।