ଯୁକ୍ତ ଦୁଇ ପରୀକ୍ଷାରେ ଆସିପାରେ ନୂଆ ସଂସ୍କାର: ପ୍ରଥମବର୍ଷରେ ଫେଲ୍‌ ହେଲେ ଦ୍ୱିତୀୟ ବର୍ଷକୁ ଯାଇ ପାରିବେ ନାହିଁ ଛାତ୍ରଛାତ୍ରୀ

ଭୁବନେଶ୍ୱର: ସାଧାରଣତଃ ଯୁକ୍ତ ଦୁଇରେ ପ୍ରଥମ ବର୍ଷ ପରୀକ୍ଷାକୁ ହାଲୁକା ଭାବେ ଛାତ୍ରଛାତ୍ରୀ ନେଇଥାଆନ୍ତି। ନା ଠିକରେ କ୍ଲାସ ଆସନ୍ତି ନା ପାଠ ପଢନ୍ତି । ଫଳରେ ଦ୍ୱିତୀୟ ବର୍ଷ ପରୀକ୍ଷା ଦେବା ବେଳକୁ ଚାପ ଅଧିକ ବଢିଯାଇଥାଏ ଏବଂ ତା’ସହ ବଢିଯାଏ ଫେଲ୍‌ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ ପରୀକ୍ଷାରେ ଗଣଶିକ୍ଷା ବିଭାଗ ସଂସ୍କାର ଆଣୁଛନ୍ତି।

Image result for new-rules--for-2-exam
Business Standard

ଏହି ନୂଆ ସଂସ୍କାର ଅନୁସାରେ ଛାତ୍ରଛାତ୍ରୀଙ୍କୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ପାସ ହେବାକୁ ପଡ଼ିବ, ନହେଲେ ଛାତ୍ରଛାତ୍ରୀ ଦ୍ୱିତୀୟ ବର୍ଷକୁ ଯାଇ ପାରିବେ ନାହିଁ । ଖୁବଶୀଘ୍ର ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ । ଗଣଶିକ୍ଷା ବିଭାଗ ଶିକ୍ଷା କ୍ଷେତ୍ରରେ ବଡ଼ ସଂସ୍କାର ଆଣିବାକୁ ଅଣ୍ଟା ଭିଡ଼ିଛି । ଦ୍ୱିତୀୟ ବର୍ଷ ଭଳି ପ୍ରଥମ ବର୍ଷ ମଧ୍ୟ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାକୁ ପଡ଼ିବ। ପରୀକ୍ଷା ପାସ୍‌ କଲେ ଯାଇ ଛାତ୍ରଛାତ୍ରୀ ଦ୍ୱିତୀୟ ବର୍ଷକୁ ଯାଇ ପାରିବେ ଆଉ ଫେଲ୍‌ ହେଲେ ପୁଣି ଥରେ ପରୀକ୍ଷା ଦେବାକୁ ପଡ଼ିିବ ।

Image result for new-rules--for-2-exam
Amar Ujala

ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଖୁବଶୀଘ୍ର ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଯାଉଛି। ରାଜ୍ୟର ସମସ୍ତ କଲେଜକୁ ଚିଠି ଲେଖି ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯିବ । ଏଭଳି ହେଲେ ଚଳିତବର୍ଷରୁ ଲାଗୁ ହୋଇଯିବ ନୂଆ ନିୟମ ।

ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାକୁ ପ୍ରୋମସନାଲ ଏଗଜାମ ଭାବେ ଧରାଯାଉଛି,  ଅର୍ଥାତ ଏହି ପରୀକ୍ଷାରେ ପାସ୍‌-ଫେଲ୍‌ ବୋଲି କିଛି ନାହିଁ । ପରୀକ୍ଷା ଦେଲେ ଆପେ ଆପେ ଦ୍ୱିତୀୟ ବର୍ଷକୁ ଉନ୍ନୀତ ହୋଇଯାଉଛନ୍ତି ଛାତ୍ରଛାତ୍ରୀ। ତେବେ ଏହାରି ଭିତରେ ରାଜ୍ୟର କିଛି ପ୍ରମୁଖ କଲେଜ୍‌, ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷା ଲାଗୁ କରିସାରିଛନ୍ତି ।

ସମ୍ବନ୍ଧିତ ଖବର