ଦୀପାବଳିରେ କଡ଼ା କଟକଣା : ସୁପ୍ରିମ୍‌କୋର୍ଟର ନୂଆ ନିୟମ ଲାଗୁ, ୧୨୫ ଡେସିବେଲରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ମନା

ବାଣ ଫୁଟା ଅ˚ଚଳ ଚିହ୍ନଟ କରିବେ ଥାନା ବାବୁ, ଅଗ୍ନିଶମ କେନ୍ଦ୍ରକୁ ୨୬ରୁ ୨୮ ସଜାଗ ରହିବାକୁ ନିର୍ଦ୍ଦେଶ, ଅନ୍‌ଲାଇନ୍‌ ଓ ଚାଇନା ବାଣ ବିକ୍ରି ନିଷେଧ

କଟକ : ଏଥର ଦୀପାବଳିର ବାଣଫୁଟା ଉପରେ ରହିବ କଡ଼ା କଟକଣା। ବାଣ ବ୍ୟବସାୟୀମାନେ ଚାଇନା ବାଣ ବିକ୍ରି କରିପାରିବେ ନାହିଁ। ଭାରତୀୟ ବାଣ ପ୍ରସ୍ତୁତକାରୀ କମ୍ପାନିଠାରୁ କେବଳ ବାଣ କିଣିପାରିବେ। ୧୨୫ ଡେସିବେଲ୍‌ରୁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ କେହି ବିକ୍ରି କରିପାରିବେ ନାହିଁ। ଏମିତିକି ଅନ୍‌ଲାଇନ୍‌ରେ ବାଣି ବିକ୍ରି ଉପରେ ବି କଟକଣା ଜାରି କରାଯାଇଛି। କେଉଁ ଅଞ୍ଚଳରେ ଲୋକେ ବାଣ ଫୁଟାଇବେ, ସେ ନିଷ୍ପତ୍ତି ଓ ସ୍ଥାନ ଚିହ୍ନଟ ଥାନା ଆଇଆଇସି କରିବେ। ମନ ଇଚ୍ଛା କେହି ନିଜ ଘର ପାଖରେ ବାଣ ଫୁଟାଇପାରିବେ ନାହିଁ। ପୂର୍ବ ବର୍ଷ ଦୀପାବଳିରେ ବ୍ୟାପକ ଧନଜୀବନ କ୍ଷୟକ୍ଷତି ହୋଇଥିବାରୁ କଟକଣାକୁ ଅଧିକ କଡ଼ାକଡି କରାଯିବ। ନିୟମ ଖିଲାପକାରୀ ବାଣ ବ୍ୟବସାୟୀଙ୍କ ସମ୍ପର୍କରେ ଗୁଇନ୍ଦା ତଥ୍ୟ ସ˚ଗ୍ରହ ଏବ˚ ତାଙ୍କୁ ଗିରଫ ପାଇଁ ପୁଲିସ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ।

୨୦୧୮ ବର୍ଷ ଶେଷରେ ସୁପ୍ରିମ୍‌କୋର୍ଟ ବାଣ ପ୍ରସ୍ତୁତ ଏବ˚ ବିକ୍ରି ଉପରେ କଟକଣା ଜାରି କରିଥିଲା। ପରିବେଶ ଏବ˚ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ୁଥିବା ଦର୍ଶାଇ ଜାରି ହୋଇଥିବା ନିର୍ଦ୍ଦେଶନାମାକୁ କିଭଳି ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ କାର୍ଯ୍ୟକାରୀ କରାଯିବ, ସେ ସମ୍ପର୍କରେ ଜିଲ୍ଲା ପୁଲିସକୁ ତାଗିଦ କରାଯାଇଛି। ଏଣିକି ଦୀପାବଳି କିମ୍ବା ଅନ୍ୟ ସା˚ସ୍କୃତିକ ଉତ୍ସବରେ ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ମିଳିବ। କେବଳ ଲାଇସେନ୍ସପ୍ରାପ୍ତ ବିକ୍ରେତାଙ୍କ ନିକଟରୁ ବାଣ କିଣି ପାରିବେ ଗ୍ରାହକ। ଚାଇନା ବାଣ କିଣିବା ଓ ବିକ୍ରି କରିବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି। କେବଳ ଭାରତୀୟ କମ୍ପାନି ଦ୍ବାରା ପ୍ରସ୍ତୁତ ବାଣ ବିକ୍ରି କରାଯାଇପାରିବ। ଚାଇନା ବାଣ କାରବାର ଆଇନ ବିରୋଧୀ ବୋଲି ଧରାଯିବା ସହିତ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ହସ୍ପିଟାଲ୍‌, ଶିକ୍ଷାନୁଷ୍ଠାନ, କୋର୍ଟ, ଧାର୍ମିକ ସ୍ଥାନ କିମ୍ବା ସରକାର ଘୋଷଣା କରିଥିବା ସମ୍ବେଦନଶୀଳ ଅଞ୍ଚଳରେ ବାଣ ଫୁଟାଯିବ ନାହିଁ। ଏହି ଅଞ୍ଚଳଗୁଡ଼ିକୁ ‘ସାଇଲେନ୍ସ ଜୋନ୍‌’ ଭାବେ ଘୋଷଣା କରାଯାଇଛି। ଫ୍ଲିପ୍‌କାର୍ଟ, ଆମାଜନ ଏବ˚ ସ୍ନାପ୍‌ଡିଲ ଭଳି ଇ-ବାଣିଜ୍ୟ େଵବ୍‌ସାଇଟ୍‌ରେ ଥିବା ଚାଇନା ବାଣ ଯେଭଳି ଓଡ଼ିଶା ବଜାରକୁ ଚାଲାଣ କରାନଯାଏ, ସେଥିପ୍ରତି ପୁଲିସ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଥାନା ଭିତ୍ତିରେ ନିଜ ଅଞ୍ଚଳରେ ଲାଇସେନ୍ସପ୍ରାପ୍ତ ବାଣ ବ୍ୟବସାୟୀଙ୍କ ତାଲିକା ଥାନା ଆଇଆଇସି ପ୍ରସ୍ତୁତ କରି ଡିଆଇବିରେ ଦୀପାବଳି ପୂର୍ବରୁ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପଟେ ରାଜ୍ୟରେ ଥିବା ୩୩୭ଟି ଅଗ୍ନିଶମ କେନ୍ଦ୍ରକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କଟକ, ଭୁବନେଶ୍ବର ସମେତ ରାଉରକେଲା, ବରଗଡ଼, ସମ୍ବଲପୁର, ବ୍ରହ୍ମପୁର ଭଳି ପ୍ରମୁଖ ସହରକୁ ଅଧିକ ନଜରରେ ରଖାଯିବ। ରାଜ୍ୟରେ ୨୬ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ବିଭାଗ ସଜାଗ ରହିବାକୁ ୫ ହଜାର ଅଗ୍ନିଶମ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲିବା ସହିତ ଅସ୍ଥାୟୀ ବାଣ ଦୋକାନୀଙ୍କ ପ୍ରତି ସତର୍କ ରହିବାକୁ ତାଗିଦ କରାଯାଇଛି। ଜନବସତିଠାରୁ ଦୂରରେ ଦୋକାନ ଖୋଲିବା ସହିତ ନିଆଁଲିଭା ଯନ୍ତ୍ର, ପର୍ଯ୍ୟାପ୍ତ ପାଣି ଏବଂ ବାଲି ଦୋକାନରେ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦୋକାନ ନିକଟରେ କୌଣସି ପରିସ୍ଥିତିରେ ବାଣ ଫୁଟା ଯାଇ ପାରିବ ନାହିଁ। ସିଏଫ୍‌ଓ (ମୁଖ୍ୟ ଅଗ୍ନିଶମ ଅଧିକାରୀ) ଅଫିସରେ କଣ୍ଟ୍ରୋଲ ରୁମ୍‌ ଖୋଲିବ। ଏହି କଣ୍ଟ୍ରୋଲ ରୁମ୍‌ ସମଗ୍ର ରାଜ୍ୟର ଅଗ୍ନିଶମ କେନ୍ଦ୍ରକୁ ନିୟନ୍ତ୍ରଣ କରିବାକୁ ଯୋଜନା ହୋଇଛି।

ସମ୍ବନ୍ଧିତ ଖବର