ପାଖେଇ ଆସିଲା ଫନି : ସ୍କାଏମେଟ ଜାରି କଲା ନୂଆ ସାଟେଲାଇଟ ଚିତ୍ର

ଭୁବନେଶ୍ବର : ଭୀଷଣ ସାମୁଦ୍ରିକ ବାତ୍ୟା ଫନି ଧୀରେ ଧୀରେ ପୁରୀ ଉପକୂଳ ଆଡକୁ ଅଗ୍ରସର ହେଉଛି । ଏହା ଆସନ୍ତା କାଲି ସକାଳ ୮ଟାରୁ ୧୦ଟା ପୂର୍ବରୁ ଏହା ପୁରୀ ନିକଟରେ ରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅଟକଳ କରାଯାଇଛି । ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ପକ୍ଷରୁ କିଛିସମୟ ପୂର୍ବରୁ ଏକ ନୂଆ ସାଟେଲାଇଟ ଚିତ୍ର ଜାରି କରାଯାଇଛି । ଏହି ଚିତ୍ରରେ ଫନିର ଆଖି ବେଶ ସ୍ପଷ୍ଟ ଭାବରେ ଦେଖାଯାଉଛି । ଫନିର ଆଖିର ବ୍ୟାସ ୨୦ କିଲୋମିଟର ରହିଛି । ଏହା ଏବେ ଘଣ୍ଟା ପ୍ରତି ୧୬ କିଲୋମିଟର ବେଗରେ ଓଡ଼ିଶା ମୁହାଁ ହୋଇଛି । ଏବେ ଏହା ପୁରୀଠାରୁ ୨୯୫ କିଲୋମିଟର ଦୂରରେ ରହିଛି । ଲାଣ୍ଟଫଲ ବେଳେ ଘଣ୍ଟା ପ୍ରତି ୧୭୦ରୁ ୧୮୦ କିଲୋମିଟର ବେଗରେ ପବନ ବୋହିବ । କେତେକ ସ୍ଥାନରେ ପବନର ବେଗ ଘଣ୍ଟା ପ୍ରତି ୨୦୦ କିଲୋମିଟର ଟପିବ ବୋଲି ଜଣାଯାଇଛି । ଏହାକୁ ଦୃଷ୍ଟିରେ ରଖି ପ୍ରାୟ ୬ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରୀତ କରାଯାଇଛି ।

ସମ୍ବନ୍ଧିତ ଖବର