ସମ୍ବଲପୁର : ଆମ ସମାଜରେ ୯୯ ପ୍ରତିଶତ ଲୋକ ଭଲ ଭାବେ ରହୁଛନ୍ତି। ଅସାମାଜିକ ବ୍ୟକ୍ତିତ୍ବମାନେ ସେହି ୯୯ ପ୍ରତିଶତ ସହ ମିଶି ଯାଆନ୍ତୁ। ଅପରାଧୀଙ୍କୁ କିଛି କହିବାର ନାହିଁ, ଆକ୍‌ସନ କରିବା। ରବିବାର ଦିନ ସମ୍ବଲପୁରର ନୂତନ ଏସ୍‌ପି ଭାବେ ଯୋଗ ଦେଇ ମୁକେଶ ଭାମୁ ଏଭଳି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମା ସମଲେଇଙ୍କ ଜିଲ୍ଲାରେ ଯୋଗ ଦେବାର ସୁଯୋଗ ମିଳିଛି।

Advertisment

ସମ୍ବଲପୁରବାସୀଙ୍କ ଯେଉଁ ବିଶ୍ବାସ ରଖିଛନ୍ତି, ସେ ଅନୁଯାୟୀ କାମ କରାଯିବ। ସମ୍ବଲପୁର ବାସୀଙ୍କୁ ପ୍ରାଥମିକତା ପୂର୍ବକ ପୁଲିସ ବିଭାଗ ନିଷ୍ପତ୍ତି ନେବ। ସବୁଠି ବିଭିନ୍ନ ପ୍ରକାର ସମସ୍ୟା ଅଛି। ସମସ୍ୟାର ସମାଧାନ ମିଳିମିଶି କରିବା। ସାଧାରଣ ଲୋକ, ପୁଲିସ, ପ୍ରଶାସନ ସମସ୍ତେ ମିଶି ସମ୍ବଲପୁରକୁ ଭଲ କରିବା। ଲୋକଙ୍କ ଇଚ୍ଛା ଅନୁଯାୟୀ ଆକ୍‌ସନ ହେବ। କିଛି ଦିନ ଦରକାର, ସ୍ଥିତି ଦେଖିବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ।

୨୦୧୧ ବ୍ୟାଚ୍‌ ଆଇପିଏସ୍‌ ବାତୁଲା ଗଙ୍ଗାଧର ରବିବାର ଦିନ ୧ଟା ସମୟର ମୁକେଶଙ୍କୁ ଦାୟିତ୍ବ ହସ୍ତାନ୍ତର କରିଥିଲେ। ୨୦୨୦ ମସିହା ଡିସେମ୍ବର ୨୬ ତାରିଖ ଦିନ ସମ୍ବଲପୁର ଏସ୍‌ପି ଭାବେ ବି. ଗଙ୍ଗାଧର ଦ‌ାୟିତ୍ବ ଗ୍ରହଣ କରିଥିଲେ। ଅଢ଼େଇବର୍ଷ ପରେ ମୟୁରଭଞ୍ଜକୁ ତାଙ୍କର ବଦଳି ହୋଇଛି। ରାଉରକେଲାରେ ଏସ୍‌ପି ଥିବା ୨୦୧୩ ବ୍ୟାଚ୍‌ ଆଇପିଏସ୍‌ ମୁକେଶ ଭାମୁ ସମ୍ବଲପୁର ଏସ୍‌ପି ଭାବେ ନିଯୁକ୍ତି ପାଇଛନ୍ତି।