ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୮୯ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୮୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୩ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୩୬ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୯୨୪ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୩୪ ହଜାର ୩୩୩ ଜଣ ଓ ଏବେ ବି ସକ୍ରିୟ ଅଛନ୍ତି ୬୨୩ ଜଣ।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୯ ଜଣ, ବରଗଡ଼ରରୁ ୬ ଜଣ, ବୌଦ୍ଧରୁ ଜଣେ, କଟକରୁ ୪ ଜଣ, ‌ଦେବଗଡ଼ରୁ ୪ ଜଣ, ଯାଜପୁରରୁ ୫ ଜଣ, ଝାରସୁଗୁଡ଼ାରୁ ୪ ଜଣ, କଳାହାଣ୍ଡିରୁ ଜଣେ, କେନ୍ଦ୍ରାପଡ଼ାରୁ ଜଣେ, ଖୋର୍ଦ୍ଧାରୁ ୯ ଜଣ, ମାଲକାନଗିରିରୁ ଜଣେ, ମୟୂରଭଞ୍ଜରୁ ୩ ଜଣ, ନବରଙ୍ଗପୁରରୁ ଜଣେ, ପୁରୀରୁ ୪ ଜଣ, ସମ୍ବଲପୁରରୁ ୧୪ ଜଣ, ସୋନପୁରରୁ ୫ ଜଣ, ସୁନ୍ଦରଗଡ଼ରୁ ୮ ଜଣ ଓ ଷ୍ଟେଟ୍‌ ପୁଲ୍‌ରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

 

ସମ୍ବନ୍ଧିତ ଖବର