ବିଜେଡି ମହିଳା ଶାଖାର ନୂଆ ପର୍ଯ୍ୟବେକ୍ଷକ

ଭୁବନେଶ୍ବର : ବିଜୁ ମହିଳା ଜନତା ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ମହିଳା ଶାଖାର ସଭାନେତ୍ରୀ ସ୍ନେହାଙ୍ଗନୀ ଛୁରିଆ ୩୫ଟି ସାଂଗଠନିକ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି।

ସେମାନେ ହେଲେ ଗଞ୍ଜାମର ଗୀତାଞ୍ଜଳି ବସ୍ତିଆ, ବ୍ରହ୍ମପୁରର ବାସନ୍ତୀ ମାଝୀ, ଖୋର୍ଦ୍ଧାର ଲୋପାମୁଦ୍ରା ବକ୍ସିପାତ୍ର, ଭୁବନେଶ୍ବରର କସ୍ତୁରୀ ମହାପାତ୍ର, କେନ୍ଦୁଝରର ସଂଯୁକ୍ତା ମହାନ୍ତି, ମୟୂରଭଞ୍ଜ-୧ର ଉମିଲତା ଦାସ, ମୟୂରଭଞ୍ଜ-୨ର ସୁମିତ୍ରା ଜେନା, କଟକର ପ୍ରଭାସିନୀ ଷଡ଼ଙ୍ଗୀ, କଟକ ସଦରର ସାଇଶ୍ରୀ ପଟ୍ଟନାୟକ, ସୁନ୍ଦରଗଡ଼ର ଜ୍ୟୋତି ପାଣିଗ୍ରାହୀ, ରାଉରକେଲାର ସାଧନା ସାମନ୍ତରାୟ, ରାୟଗଡ଼ାର ସ୍ନିଗ୍ଧା ପାଣିଗ୍ରାହୀ, ବାଲେଶ୍ବରର ବାସନ୍ତୀ ମହାପାତ୍ର, ନୟାଗଡ଼ର ରୁନୁ ଜେନା, ଜଗତସିଂହପୁରର ସଂଯୁକ୍ତା ମାହାଲ, ମାଲକାନଗିରିର ନିବେଦିତା ମହାନ୍ତି, କନ୍ଧମାଳର ମମତା ବିଶୋୟୀ, ସମ୍ବଲପୁରର ନିବେଦିତା ନାୟକ, କେନ୍ଦ୍ରାପଡ଼ାର ସବିତା ମହାପାତ୍ର, ବଲାଙ୍ଗୀରର କଲ୍ୟାଣୀ ନାୟକ, ଅନୁଗୁଳର ପୁଷ୍ପାଞ୍ଜଳି ରଣା, କଳାହାଣ୍ଡିର ଅନିମା କହଁର, ପୁରୀର ସନ୍ଧ୍ୟା ବିଶ୍ବାଳ, ସୋନପୁରର ପ୍ରଭାସିନୀ ନନ୍ଦ, ଯାଜପୁରର ଭାରତୀ ସିଂହ, ନୂଆପଡ଼ାର ମାଳତୀ ସାହୁ, କୋରାପୁଟର ମୀରା ପରିଡ଼ା, ବରଗଡ଼ର ଗୋପା ମହାନନ୍ଦା, ଭଦ୍ରକର ସୁଭଦ୍ରା ଦାସ, ନବରଙ୍ଗପୁରର ପୁଷ୍ପାଞ୍ଜଳି ପାଣ୍ଡେ, ଢେଙ୍କାନାଳର ରଞ୍ଜୁଲତା ରାୟ, ଝାରସୁଗୁଡ଼ାର ସନ୍ଧ୍ୟାରାଣୀ ଲାକ୍ରା, ବୌଦ୍ଧର ସିପ୍ରା ମହାନ୍ତି, ଗଜପତିର ଜୟଶ୍ରୀ ଦାସ ଓ ଦେବଗଡ଼ର ବନଜା ମହାନ୍ତି।

ଏହି ନିଯୁକ୍ତି ସମ୍ପର୍କରେ ଦଳର ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜ ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର