ଚନ୍ଦ୍ରଶେଖରପୁର: ପୁରୀ-ନୂଆଦିଲ୍ଲୀ ନନ୍ଦନକାନନ ଏବଂ ନୀଳାଚଳ ଏକ୍ସପ୍ରେସ୍ ଚଳିତ ବର୍ଷ ମେ ୨୮ ତାରିଖରୁ ନୂଆଦିଲ୍ଲୀ ଷ୍ଟେସନ ପରିବର୍ତ୍ତେ ପୂର୍ବଦିଲ୍ଲୀ ଆନନ୍ଦ ବିହାର ଟର୍ମିନାଲ୍ରେ (ଏଏନ୍ଭିଟି)ରେ ରହିବା ନେଇ ପୂର୍ବତଟ ରେଳ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ମେ ୨୧ ତାରିଖରୁ ପୁରୀରୁ ଛାଡ଼ୁଥିବା ନନ୍ଦନକାନନ ଏକ୍ସପ୍ରେସ୍ ନୂଆଦିଲ୍ଲୀ ଷ୍ଟେସନ ପରିବର୍ତ୍ତେ ଆନନ୍ଦ ବିହାର ଟର୍ମିନାଲ୍ରେ ଲାଗିବ। ସେହିପରି ମେ ୨୩ ତାରିଖରୁ ନନ୍ଦନକାନନ ଏକ୍ସପ୍ରେସ୍ ନୂଆଦିଲ୍ଲୀ ପରିବର୍ତ୍ତେ ଆନନ୍ଦ ବିହାର ଟର୍ମିନାଲ୍ରୁ ଛାଡ଼ିବ। ପୁରୀ ଏବଂ ଆଲିଗଡ଼ ମଧ୍ୟରେ ପୁରୀ-ଆନନ୍ଦ ବିହାର ଟର୍ମିନାଲ (ନୂଆଦିଲ୍ଲୀ)-ପୁରୀ ନନ୍ଦନକାନନ ଏକ୍ସପ୍ରେସ୍ର ସମୟ ଓ ରହଣିରେ କୌଣସି ପରିବର୍ତ୍ତନ ହେବ ନାହିଁ। ମେ ୨୨ତାରିଖରୁ ପୁରୀରୁ ଛାଡ଼ିବାକୁ ଥିବା ନୀଳାଚଳ ଏକ୍ସପ୍ରେସ୍ ନୂଆଦିଲ୍ଲୀ ପରିବର୍ତ୍ତେ ଆନନ୍ଦ ବିହାରରେ ଲାଗିବ। ମେ ୨୫ତାରିଖରୁ ନୀଳାଚଳ ଏକ୍ସପ୍ରେସ୍ ନୂଆଦିଲ୍ଲୀ ପରିବର୍ତ୍ତେ ଆନନ୍ଦ ବିହାର ଟର୍ମିନାଲ୍ରୁ ଛାଡ଼ିବ। ଏହି ରୁଟ୍ର ସମୟ ଓ ରହଣିରେ କୌଣସି ପରିବର୍ତ୍ତନ ନହେବା ନେଇ ସୂଚନା ପ୍ରଦାନ କରାଯାଇଛି।
ନୀଳାଚଳ ଓ ନନ୍ଦନକାନନ ଏକ୍ସପ୍ରେସ୍ ପାଇଁ ନୂତନ ଟର୍ମିନାଲ୍ ଷ୍ଟେସନ
/sambad/media/post_attachments/wp-content/uploads/2018/01/photo20641215725.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)