ନୂତନ ସମୟ ସାରଣୀରେ ଚାଲିଲା ଟ୍ରେନ୍‌

ପୂର୍ବତଟ ରେଳପଥର ୫୬ଟି ଟ୍ରେନ୍‌ର ସମୟ ବଦଳିଲା

ଭୁବନେଶ୍ୱର : ଆଜିଠାରୁ ପୂର୍ବତଟ ରେଳପଥ ପକ୍ଷରୁ ଟ୍ରେନ୍‌ଗୁଡ଼ିକର ନୂତନ ସମୟ ସାରଣୀ ଲାଗୁ ହୋଇଛି। ପୂର୍ବତଟ ରେଳପଥ ଦେଇ ଯାତ୍ରା କରୁଥିବା ୩୭ଟି ଏକ୍ସପ୍ରେସ୍‌, ୧୯ଟି ପାସେଞ୍ଜର୍‌ ଟ୍ରେନ୍‌ ସମେତ ୫୬ଟି ଟ୍ରେନ୍‌ର ସମୟ ବଦଳିଛି।

ସମୟ ପରିବର୍ତ୍ତନ ହୋଇଥିବା କିଛି ପ୍ରମୁଖ ଏକ୍ସପ୍ରେସ୍‌ ଟ୍ରେନ୍‌ଗୁଡ଼ିକ ମଧ୍ୟରେ ରହିଛି ଭୁବନେଶ୍ୱର-ନୂଆଦିଲ୍ଲୀ ଦୂରନ୍ତୋ ଏକ୍ସପ୍ରେସ୍‌ ଯାହା ଭୁବନେଶ୍ୱରରୁ ସକାଳ ୮.୧୦ମିନିଟ୍‌ ପରିବର୍ତ୍ତେ ୮ଟାରେ ଛାଡ଼ିବ। ସେହିପରି ଭୁବନେଶ୍ୱର-ସିକନ୍ଦରାବାଦ ଏକ୍ସପ୍ରେସ୍‌ ଭୁବନେଶ୍ୱରରୁ ସକାଳ ୮.୩୫ମିନିଟ୍‌ ପରିବର୍ତ୍ତେ ୮.୩୦ରେ, ଭୁବନେଶ୍ୱର-ଜଗଦଲପୁର ଏକ୍ସପ୍ରେସ୍‌ ରାତି ୮.୨୫ ମିନିଟ୍‌ ପରିବର୍ତ୍ତେ ୮.୩୫ରେ, ଭୁବନେଶ୍ୱର-ଜୁନାଗଡ଼ ରୋଡ଼ ଭୁବନେଶ୍ୱରରୁ ରାତି ୮.୨୫ ମିନିଟ୍‌ ପରିବର୍ତ୍ତେ ୮.୩୫ରେ, ପୁରୀ-ବିକାନେର ଓ ପୁରୀ-ଭାଲସାଡ୍‌ ଏକ୍ସପ୍ରେସ୍‌ ସକାଳ ୫.୩୦ ମିନିଟ୍‌ ପରିବର୍ତ୍ତେ ୬.୩୦ରେ, ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଭୁବନେଶ୍ୱରରୁ ସକାଳ ୭ଟା ପରିବର୍ତ୍ତେ ୭.୩୫, ପୁରୀ-ସମ୍ବଲପୁର ଇଣ୍ଟରସିଟି ପୁରୀରୁ ଅପରାହ୍ନ ୩.୩୫ ପରିବର୍ତ୍ତେ ୩.୪୫ରେ ଛାଡ଼ିବ।

ଅନୁରୂପ ଭାବେ ବିଶାଖାପାଟଣା-ନୂଆଦିଲ୍ଲୀ ଏକ୍ସପ୍ରେସ ସକାଳ ୭.୫୦ ବଦଳରେ ସକାଳ ୮.୩୫ରେ, ଜଗଦଲପୁର-ଭୁବନେଶ୍ୱର ଏକ୍ସପ୍ରେସ୍‌ ଅପରାହ୍ନ ୩ଟା ବଦଳରେ ୨.୩୦ରେ, ସମ୍ବଲପୁର-ନାନ୍ଦେଡ଼୍‍ ସକାଳ ୯.୩୦ ପରିବର୍ତ୍ତେ୧୧.୧୫ରେ, କୋରାପୁଟ-ବିଶାଖାପାଟଣା ସକାଳ ୫ଟା ବଦଳରେ ୫.୨୦ରେ, ସୁରତ-ପୁରୀ ଓ ଗାନ୍ଧୀଧାମ-ପୁରୀ ସକାଳ ୯.୩୫ଟା ବଦଳରେ ୯.୨୦ରେ, ଆଜ୍‌ମେର-ପୁରୀ ଓ ଏର୍ଣ୍ଣାକୁଲମ୍‌-ହାତିଆ ସକାଳ ୧୦.୪୫ଟା ବଦଳରେ ୧୦.୨୫ରେ ଛାଡ଼ିବ। ପୁରୀ-ଯୋଧପୁର ରାତି ୯.୫୦ ପରିବର୍ତ୍ତେ ରାତି ୧୦.୨୦ରେ, ଭୁବନେଶ୍ୱର-ରାଉରକେଲା ସନ୍ଧ୍ୟା ୫.୪୨ ବଦଳରେ ସନ୍ଧ୍ୟା ୬.୪୨ରେ ଛାଡ଼ିବ। ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍‌ ଦିନ ୨.୪୫ ବଦଳରେ ଦିନ ୨.୩୦ରେ ଛାଡ଼ିବ। ଭୁବନେଶ୍ୱର-ପଲାସା ସନ୍ଧ୍ୟା ୭.୪୦ ବଦଳରେ ସନ୍ଧ୍ୟା ୭ଟାରେ ଛାଡ଼ିବ। ପଲାସା-ବ୍ରହ୍ମପୁର-ଭୁବନେଶ୍ୱର-କଟକ ରାତି ୩.୪୦ ପରିବର୍ତ୍ତେ ୪.୨୫ ରେ ଛାଡ଼ିବ। ପଲାସା-ଭୁବନେଶ୍ୱର ସକାଳ ୪.୨୫ ବଦଳରେ ୫.୪୫ରେ, ପୁରୀ-ଅନୁଗୁଳ ଦିନ ୩.୫୦ ବଦଳରେ ଅପରାହ୍ନ ୪ଟାରେ, ପୁରୀ-ତାଳଚେର ଅପରାହ୍ନ ୪.୧୫ ବଦଳରେ ୪.୩୦ରେ, ବିଶାଖାପାଟଣା-କୋରାପୁଟ ସକାଳ ୬.୫୦ ବଦଳରେ ସକାଳ ୭.୦୫ରେ, ରାୟଗଡ଼ା-ବିଜୟଓ୍ଵାଡ଼ା ଦିନ ୩.୩୦ ପରିବର୍ତ୍ତେ ୩.୧୫ରେ, ଗୁଣପୁର-ପଲାସା ରାତି ୮ଟା ବଦଳରେ ରାତି ୮.୪୫ରେ, କୋରାପୁଟ-ସମ୍ବଲପୁର ରାତି ୨.୫୫ ବଦଳରେ ରାତି ୩ଟାରେ, ସମ୍ବଲପୁର-ଝାରସୁଗୁଡ଼ା ସକାଳ ୭.୩୫ ପରିବର୍ତ୍ତେ ସକାଳ ୭.୩୦ରେ ଛାଡ଼ିବା ନେଇ ସମୟ ଧାର୍ଯ୍ୟ ହୋଇଛି।

ଏହା ସହିତ ୨୪ଟି ଟ୍ରେନ୍‌ର ନମ୍ବର ମଧ୍ୟ ପରିବର୍ତ୍ତନ ହୋଇଛି ଓ ତିନିଟି ନୂତନ ଟ୍ରେନ୍‌ର ପ୍ରଚଳନ ହୋଇଛି। ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‌ ସପ୍ତାହକୁ ଥରେ କଟକ, ସମ୍ବଲପୁର, ରାଉରକେଲା ଦେଇ ଚଳାଚଳ କରିବା ନେଇ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱର-କ୍ରିଷ୍ଣାରାଜପୁରମ୍‌-ଭୁବନେଶ୍ୱର-ହମ୍‌ସଫର ଏକ୍ସପ୍ରେସ୍‌ ସପ୍ତାହକୁ ଥରେ ଖୋର୍ଧା ରୋଡ଼୍‍, ବିଶାଖାପାଟଣା ଦେଇ ଏବଂ ହାଓ୍ଵଡ଼ା-ବିଜୟଓ୍ଵାଡ଼ା-ହାଓ୍ଵାଡ଼ା-ହମ୍‌ସଫର ଏକ୍ସପ୍ରେସ୍‌ ସପ୍ତାହକୁ ଥରେ କଟକ,ଭୁବନେଶ୍ୱର, ବିଜୟନଗରମ୍‌, ବିଶାଖାପାଟଣା ଦେଇ ଚଳାଚଳ କରିବ। ରେଳଯାତ୍ରା ପୂର୍ବରୁ ଯାତ୍ରୀମାନେ ୧୩୯କୁ ଯୋଗାଯୋଗ କରି ସଠିକ ସମୟ ବୁଝିନେବାକୁ ପୂର୍ବତଟ ରେଳ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର