ଯଶିଡିହ-ଏସଏମଭିଟି ବେଙ୍ଗାଲୁରୁ ମଧ୍ୟରେ ନୂତନ ଟ୍ରେନ୍

ଭୁବନେଶ୍ବର : ଭଦ୍ରକ-ଭୁବନେଶ୍ୱର-ବିଶାଖାପାଟଣା ମାର୍ଗ ଦେଇ ଯଶଡିହ ଓ ଏସ୍‌ଏମ୍‌ଭିଟି ବେଙ୍ଗାଲୁରୁ ମଧ୍ୟରେ ନୂତନ ଟ୍ରେନ୍ ଚଳାଚଳ ପାଇଁ ରେଳ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି। ଏହି ଟ୍ରେନ୍‌ର ନିୟମିତ ସେବା ଯଶିଡିହଠାରୁ ସେପ୍ଟେମ୍ବର ୩୦ରୁ ଓ ଏସଏମଭିଟି ବେଙ୍ଗାଲୁରୁରୁ ଅକ୍ଟୋବର ୨ରୁ କରାଯିବ। ଯଶିଡିହ-ଏସଏମଭିଟି ବେଙ୍ଗାଲୁରୁ ସୁପରଫାଷ୍ଟ୍‌ ଏକ୍ସ​ପ୍ରେସ୍‌(୨୨୩୦୬) ପ୍ରତି ଶୁକ୍ରବାର ଯଶିଡିହରୁ ସକାଳ ୬ଟା ୩୦ରେ ବେଙ୍ଗାଲୁରୁ ଯାତ୍ରା କରିବ। ଫେରିବା ବାଟରେ ଏସଏମଭିଟି ବେଙ୍ଗାଲୁରୁ-ଯଶିଡିହ ସୁପରଫାଷ୍ଟ ଏକ୍ସପ୍ରେସ୍‌(୨୨୩୦୫)ପ୍ରତ୍ୟେକ ରବିବାର ପୂର୍ବାହ୍ନ ୧୦ଟାରେ ଛାଡ଼ିବ।

ଏହି ଟ୍ରେନ୍ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଭଦ୍ରକ, କଟକ, ଭୁବନେଶ୍ୱର, ବିଜୟନଗରମ୍ ଓ ବିଶାଖାପଟନମ୍ ଷ୍ଟେସନ୍‌ରେ ରହଣି କରିବ। ଏହାବ୍ୟତୀତ ଆସାନସୋଲ୍, ଦୁର୍ଗାପୁର, ବର୍ଦ୍ଧମାନ, ଖଡ଼ଗପୁର, ବାଲେଶ୍ୱର, ନେଲୋର, ପେରମ୍ବୁର, କାଟପାଡ଼ି ଓ ଜୋଲାରପେଟାଇ ଆଦି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ୍‌ରେ ରହଣି କରିବ। ଟ୍ରେନରେ ଗୋଟିଏ ପ୍ରଥମ ଶ୍ରେଣୀ ଏସି, ଚାରିଟି ଏସି-୨ ଟାୟାର, ୧୦ଟି ଏସି-୩ ଟାୟାର, ଦୁଇଟି ସ୍ଲିପର କ୍ଲାସ, ଦୁଇଟି ଦ୍ୱିତୀୟ ଶ୍ରେଣୀ ସିଟିଂ, ଗୋଟିଏ ପ୍ୟାଣ୍ଟ୍ରି କାର୍‌ ଓ ଦୁଇଟି ଗାର୍ଡ, ଲଗେଜ୍ ତଥା ଜେନେରେଟର୍‌ କାର୍‌ ଉପଲବ୍ଧ ରହିଛି।

ସମ୍ବନ୍ଧିତ ଖବର