ବାଲେଶ୍ବର/ସୋର: ବିଜେଡି ଆଜି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି। ବାଲେଶ୍ବର ଜିଲ୍ଲା ସୋର ବିଧାନସଭା ଆସନ ପାଇଁ ମାଧବ ଧଡ଼ାଙ୍କୁ ମିଳିଛି ସୁଯୋଗ। ଅନ୍ୟପଟେ ଟିକେଟ୍ରୁ ବଞ୍ଚିତ ହୋଇଥିବା ଅସନ୍ତୁଷ୍ଟ ବିଧାୟକ ପର୍ଶୁରାମ ଧଡ଼ା ଦଳରୁ ଦେଇଛନ୍ତି ଇସ୍ତଫା। ମାଧବ ବିଜେପି ଟିକେଟ୍ରେ ସୋର ପୌରାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସେ ବିଜେପି ଛାଡ଼ି ଗତ ମାସ ୧୯ ତାରିଖ ଦିନ ନିଜ ସମର୍ଥକଙ୍କ ସହ ବିଜେଡିରେ ଯୋଗଦେଇଥିଲେ। ଟିକେଟ୍ ଆଶାୟୀ ବିଧାୟକ ପର୍ଶୁରାମ ଓ ଶିବାନୀ ଶଙ୍କର ରାୟଙ୍କୁ ପଛରେ ପକାଇ ସେ ଟିକେଟ ହାତେଇବାରେ ସକ୍ଷମ ହୋଇଛନ୍ତି। ଯାହାକୁ ନେଇ ମାଧବ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ବେଳେ ପର୍ଶୁରାମ ଓ ଶିବାନୀ ଶିବିରରେ ନିରାଶା ଖେଳିଯାଇଛି। ଏପରି ସମୟରେ ନେତୃବୃନ୍ଦଙ୍କ ନିଷ୍ପତ୍ତିକୁ ବିରୋଧ କରି ବିଧାୟକ ପର୍ଶୁରାମ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଫଳରେ ତାଙ୍କର ଆଗାମୀ ରଣନୀତି କ’ଣ ହେବ, ତା’ ଉପରେ ରହିଛି ସମସ୍ତଙ୍କ ନଜର। ବିଧାୟକ ପର୍ଶୁରାମ ୨୦୦୯ ନିର୍ବାଚନରେ ସୋର ବିଧାନସଭା ଆସନରୁ ବିଜେପି ଟିକେଟ୍ରେ ଲଢ଼ି ଖୁବ୍ କମ୍ ଭୋଟ୍ରେ ପରାଜିତ ହୋଇଥିଲେ। ହେଲେ ବିଜେଡିରୁ ପ୍ରାର୍ଥୀ ହୋଇ ସେ ବିଜେପିର ରାକେଶ ମଲ୍ଲିକଙ୍କୁ ୨୦୧୪ ଓ ୨୦୧୯ ନିର୍ବାଚନରେ ପରାଜିତ କରିଥିଲେ।
ସୋର ରାଜନୀତିରେ ନୂଆ ମୋଡ଼: ମାଧବଙ୍କୁ ବିଜେଡି ଟିକେଟ୍
ଇସ୍ତଫା ଦେଲେ ବିଧାୟକ ପର୍ଶୁରାମ
/sambad/media/post_attachments/wp-content/uploads/2024/04/fhshsfshf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)