୬ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ନିଯୁକ୍ତି ଦେଲେ କୁଳାଧିପତି ପ୍ରଫେସର ଗଣେଶୀ ଲାଲ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ଆଜି ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟରେ କୁଳପତିଙ୍କୁ ନିଯୁକ୍ତି ଦେଇଛନ୍ତି। ପ୍ରଫେସର ଅପରାଜିତା ଚୌଧୁରୀଙ୍କୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ପ୍ରଫେସର ସବିତା ଆଚାର୍ଯ୍ୟଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟ, ପ୍ରଫେସର ଦୀନବନ୍ଧୁ ସାହୁଙ୍କୁ ଫକୀର ମୋହନ ବିଶ୍ୱବିଦ୍ୟାଳୟ, ପ୍ରଫେସର ଏନ୍‌. ନାଗାର୍ଜୁନଙ୍କୁ ଗଂଗାଧର ମେହେର ବିଶ୍ୱବିଦ୍ୟାଳୟ, ପ୍ରଫେସର କିଶୋର କୁମାର ବାସାଙ୍କୁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଓ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତିଙ୍କୁ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ମିଳିଛି।

ପ୍ରଫେସର ଅପରାଜିତା ଚୌଧୁରୀ ହେଉଛନ୍ତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଗୃହ ବିଜ୍ଞାନ ବିଭାଗର ପୂର୍ବତନ ପ୍ରଫେସର ଏବଂ ୩୭ ବର୍ଷର ଶିକ୍ଷାଦାନ ଅଭିଜ୍ଞତା ଅଛି। ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟର ପିଜି କାଉନସିଲର ଚ୍ୟାୟରମ୍ୟାନ୍ ଥିବା ସବିତା ଆଚାର୍ଯ୍ୟଙ୍କର ୩୧ ବର୍ଷର ଅଧ୍ୟାପନା  ଅଭିଜ୍ଞତା ରହିଛି। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଦୀନବନ୍ଧୁ ସାହୁଙ୍କ ୨୬ ବର୍ଷର ଅଧ୍ୟାପନାରେ ଅଭିଜ୍ଞତା ଥିବା ବେଳେ କର୍ଣ୍ଣାଟକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗର ପ୍ରଫେସର ଏନ୍‌. ନାଗାର୍ଜୁନଙ୍କ ୩୪ ବର୍ଷର ଅଧ୍ୟାପନା  ଅଭିଜ୍ଞତା ଅଛି । ଟାଗୋର ନ୍ୟାସନାଲ ଫେଲୋ, ଭାରତ ସରକାରଙ୍କ ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରଫେସର କିଶୋର କୁମାର ବସାଙ୍କ ୩୮ ବର୍ଷର ଅଧ୍ୟାପନାରେ ଅଭିଜ୍ଞତା ହାସଲ କରିଥିବା ବେଳେ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗରେ ୩୫ ବର୍ଷର ଅଭିଜ୍ଞତା ରହିଛି।

ସୂଚନାଯୋଗ୍ୟ, ଉପରୋକ୍ତ ୬ଟି ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଥିବା କଳପତିମାନଙ୍କର ଚଳିତ ମାସରେ କାର୍ଯ୍ୟକାଳ ଶେଷ ହେବ।

ସମ୍ବନ୍ଧିତ ଖବର