ପ୍ରଫେସର ଗୋବିନ୍ଦ ଚକ୍ରପାଣି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓ ଡ. ହରିହର ହୋତା ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ

ଭୁବନେଶ୍ୱର : ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍ ପ୍ରଫେସର ଗୋବିନ୍ଦ ଜେ.ଚକ୍ରପାଣିଙ୍କୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ଓ ପ୍ରଫେସର ହରିହର ହୋତାଙ୍କୁ ପୁରୀସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୁତ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ କରିଛନ୍ତି ।

ପ୍ରଫେସର ଗୋବିନ୍ଦ ଜେ.ଚକ୍ରପାଣି ଦେଶର ଜଣେ ଜଣାଶୁଣା ଭୂତତ୍ତ୍ୱବିତଭାବେ ଜଣାଶୁଣା । ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଜୁଲୋଜିରେ ସ୍ନାତକ ଡିଗ୍ରୀ  କରିବା ପରେ ଆଇଆଇଟି ବମ୍ବେରୁ ଆପ୍ଲାଏଡ ଜୁଲୋଜିରେ ଏମଏସସି ହାସଲ କରିଛନ୍ତି । ସେ ଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ପରିବେଶ ବିଜ୍ଞାନରେ ପିଏଚଡି ଲାଭ କରିଛନ୍ତି । ସେ ଏବେ ଆଇଆଇଟି ରୁରକୀରେ ଜଣେ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି ।


ଅନ୍ୟପକ୍ଷରେ ପ୍ରଫେସର ହରିହର ହୋତା ଏବେ ପୁରୀସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍କୁତ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଓ ପିଜି କାଉନସିଲର ଅଧ୍ୟକ୍ଷ ଅଛନ୍ତି । ସେ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରୁ ପିଏଚଡି ହାସଲ କରିଛନ୍ତି । ତାଙ୍କର ୩୦ ବର୍ଷର ଅଧ୍ୟାପନା ଅଭିଜ୍ଞତା ରହିଛି ।

ସମ୍ବନ୍ଧିତ ଖବର