ରାଉରକେଲା : ବିଜୁୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି)ର ନୂଆ କୁଳପତି (ଭିସି) ଭାବେ ପ୍ରଫେସର ଚିତ୍ତରଞ୍ଜନ ତ୍ରିପାଠୀ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି। ବିପିୟୁଟି କର୍ମଚାରୀମାନେ ତାଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ। ପ୍ରଫେସର ଶ୍ୟାମ ସୁନ୍ଦର ପଟ୍ଟନାୟକ ଇସ୍ତଫା ଦେବା ପରେ ଭିସି ପଦବି ଖାଲି ପଡିଥିଲା। ଗତ ୮ ତାରିଖରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଥିବା ପ୍ରଫେସର ତି୍ରପାଠୀଙ୍କୁ ରାଜ୍ୟପାଳ ତଥା କୁଳାଧିପତି ଏସ୍.ସି. ଜମିର ବିପିୟୁଟିର ନୂଆକୁଳପତି ଭାବେ ନିଯୁକ୍ତି ଦେଇଥିଲେ। ସେ ଆଗାମୀ ୫ ବର୍ଷ ଲାଗି ଦାୟିତ୍ୱରେ ରହିବେ ବୋଲି ଜଣାପଡିଛି। ଖଡଗପୁର ଆଇଆଇଟିରୁ ଏମ୍ଟେକ୍ , ପିଏଚ୍ଡି ଡିଗ୍ରୀ ହାସଲ କରିବା ପରେ ୬ ବର୍ଷ ଧରି ଅଧ୍ୟାପକ, ୭ ବର୍ଷ ୪ ମାସ ଧରି ରିଡର, ୧୯ ବର୍ଷ ୨ ମାସ ଧରି ପ୍ରଫେସର ଭାବେ କାର୍ଯ୍ୟ କରିଛନ୍ତି।
କାର୍ଯ୍ୟରେ ଯୋଗଦେଲେ ବିପିୟୁଟିର ନୂଆ କୁଳପତି
/sambad/media/post_attachments/wp-content/uploads/2017/11/rkl-BPUT-VC.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)